BREAKING
Loading...
:

କଣ୍ଟାମାଳ ବିଧାୟକଙ୍କ ଗାଁ ପାଖରେ ବିଜୁଳି ସମସ୍ୟା।ଆଜକୁ ମାସେ ହେଲା ଅନ୍ଧାରରେ ଉପାନ୍ତ ଅଞ୍ଚଳବାସୀ।

 - କଣ୍ଟାମାଳ ବିଧାୟକଙ୍କ ଗାଁ ପାଖରେ ବିଜୁଳି ସମସ୍ୟା।ଆଜକୁ ମାସେ ହେଲା ଅନ୍ଧାରରେ ଉପାନ୍ତ ଅଞ୍ଚଳବାସୀ।



ସୁବର୍ଣ୍ଣପୁର/ବୈଦ୍ଧ (ମଣିଭଦ୍ରା ଖବର) କଣ୍ଟାମାଳ ବିଧାୟକଙ୍କ ଗାଁ ପାଖରେ ଦେଖାଦେଇଛି ବିଜୁଳି ସମସ୍ୟା।ଆସନ୍ତୁ ଜାଣିବା ଦୁର୍ଗମ ଅଞ୍ଚଳର ଲୋକେ ବିଜୁଳି ବିନା କେମିତି ଜୀବନ କାଟୁଛନ୍ତି।ସରକାରଙ୍କ କାହିଁ କେତେ ଯୋଜନା ହେଲେ କାହା ପାଇଁ।ଦୁର୍ଗମ ଉପାନ୍ତ ଅଞ୍ଚଳ କଲରା କୋଠା ଗାଁ ଅନ୍ଧାରରେ କାଟୁଛି ରାତି l ତାହା ପୁଣି ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ଏକ ମାସ ଧରି ଅନ୍ଧାରରେ ଅଛନ୍ତି ବୌଦ୍ଧ ଜିଲ୍ଲା ଖୁଣ୍ଟିଗୋରା ପଞ୍ଚାୟତର ବଡ଼ କଲରାକୋଠା ଗ୍ରାମବାସୀ । ଗ୍ରାମରେ ୩୦ଟି ପରିବାର ରହୁଥିବା ବେଳେ ବିଦ୍ୟୁତ ନଥିବା ହେତୁ ସନ୍ଧ୍ୟା ହେଲେ ଡିବିରି ବତୀ ହିଁ ସେମାନଙ୍କ ପାଇଁ ଆଲୋକର ଉତ୍ସ ସାଜିଛି । ବର୍ତମାନ ବର୍ଷାଊତୁ ଚାଲିଥିବାରୁ ରାତିରେ ମଶାଙ୍କ ପ୍ରାଦୁର୍ଭାବ ଲୋକଙ୍କୁ ଅତିଷ୍ଠ କରୁଛି । 




ଜଙ୍ଗଲି ପରିବେଶ ଭିତରେ ରହୁଥିବାରୁ ପଦାକୁ ବାହାରିଲେ ସରୀସୃପ ତଥା ହିଂସ୍ର ଜନ୍ତୁଙ୍କ ଭୟ ମଧ୍ୟ ରହୁଛି । ଅନ୍ୟପଟେ ବିଦ୍ୟୁତ ଅଭାବରୁ ସନ୍ଧ୍ୟାରେ ପିଲାମାନେ ପାଠ ପଢି ପାରୁନାହାନ୍ତି । ଗ୍ରାମବାସୀ ଘଣ୍ଟାପଡା ବିଦ୍ୟୁତ ଷ୍ଟ୍ରକ୍ଚରକୁ ଯାଇ ସମସ୍ୟା ଜଣାଇବାରୁ ବିଭାଗ ତରଫରୁ ମରାମତି ହୋଇଥିଲା l କିନ୍ତୁ ଗୋଟିଏ ଦିନପରେ ପୁଣି ସେହି ଅବସ୍ଥା । ଆଜି ପର୍ଯ୍ୟନ୍ତ ଜଳୁନି ବିଜୁଳିବତୀ । ଦୀର୍ଘ ୫ବର୍ଷ ହେବ ବ୍ରଜ୍ରପାତ ଯୋଗୁଁ ସାନ କଲରାକୋଠା ଠାରୁ ବଡ କଲରାକୋଠା ମଧ୍ୟରେ ରାସ୍ତା ନିକଟରେ ଗୋଟିଏ ବିଦ୍ୟୁତ ପୋଲ ନଷ୍ଟ ହୋଇ ଯାଇଛି ଏବଂ ବିଦ୍ୟୁତ ତାର ବିପଦ ଅବସ୍ଥାରେ ଝୁଲି ରହିଛି । ପୋଲଟି କେତେବେଳେ ଭାଙ୍ଗି ପଡିବ ଏବଂ କାହାପାଇଁ ବିପଦ ସୃଷ୍ଟି କରିବ ତାହା ନିସନ୍ଦେହ । ଗାଁକୁ ୩ଫେଜ ତାର ଯାଇଥିବା ବେଳେ ନଷ୍ଟ ହୋଇଥିବା ପୋଲ ଠାରୁ ଅନ୍ୟଏକ ପୋଲ ପର୍ଯ୍ୟନ୍ତ ଗୋଟିଏ ଫେଜ ତାର ବିଦ୍ୟୁତ କର୍ମଚାରୀ ମାନେ କାଟି ନେଇଛନ୍ତି । ଫଳରେ ବିଦ୍ୟୁତ ଆସିଲେ ବି ଗ୍ରାମରେ ଲୋ‐ଭୋଲଷ୍ଟେଜ ସମସ୍ୟା ରହୁଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । "ମାସେ ହେଲା ଆମର ଗାଁନେ ଲାଇନ ନାଇଁନ; ବେଲ ବୁଡଲେ ଡିବିରି, ବଏଠା, ଜାଗର ଜାଲୁଛୁଁ" ବୋଲି ଗ୍ରାମବାସୀ କହିଛନ୍ତି । ଉକ୍ତ ସମସ୍ଯା ବିଷୟରେ ମନମୁଣ୍ଡା ଉପଖଣ୍ଡ ସ୍ତରୀୟ ବିଦ୍ୟୁତ ଅଧିକାରୀ ରାଜେଶ ସାହୁଙ୍କୁ ଯୋଗାଯୋଗ କରିବାରୁ ଅତିଶୀଘ୍ର ସଜାଡ଼ିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।


ରିପୋର୍ଟ, ଉଗ୍ରସେନ କର୍ମୀ/ ସଞ୍ଜୟ କୁମାର ନନ୍ଦ 

Post a Comment

Previous Post Next Post
Header ADS