ଦଶପଲ୍ଲା ବ୍ଲକରେ ୧୦ଟି ହାଇସ୍କୁଲ 5T ରେ ସାମିଲ୍
ଦଶପଲ୍ଲା (ମଣିଭଦ୍ରା ଖବର) ଦଶପଲ୍ଲା ବ୍ଲକରେ ୧୦ଟି ହାଇସ୍କୁଲ ଫାଇଭ୍-ଟିରେ ସାମିଲ୍ ହୋଇଛି। ଏହି ୧୦ଟି ହାଇସ୍କୁଲ ଏବେ ସ୍ମାର୍ଟ ସ୍କୁଲରେ ପରିଣତ ହେବ।ଫାଇଭ୍-ଟିରେ ସାମିଲ୍ ହାଇସ୍କୁଲ ଗୁଡିକ ହେଲା:- ଦଶପଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ, ଦଶପଲ୍ଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରାଧାମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟ, ସାତ ପଟଣା ନୋଡାଲ ଉଚ୍ଚ ବିଦ୍ୟାଳୟ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ବାଆମ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଜାମୁସାହି, ସରକାରୀ ଉଚ୍ଚ ବିଦ୍ୟାଳୟ, ବାଣୀଗୋଛା, ସରକାରୀ ଉଚ୍ଚ ବିଦ୍ୟାଳୟ, ଟାକରା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବୁଗୁଡ଼ା ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ତୁମାଣ୍ଡି । ଏସବୁ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ, ପରିଚାଳନା କମିଟି ସଭାପତି, ମୋ ସ୍କୁଲ ସଭାପତି ଓ ନିର୍ବାଚିତ ଜନପ୍ରତିନିଧିଙ୍କ ମିଳିତ ବୈଠକ ଗୁରୁବାର ଦିନ ବିଡିଓ ବିଶ୍ବ ରଂଜନ ବିଶ୍ବାସଂକ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦଶପଲ୍ଲା ବିଇଓ ପ୍ରଣତି ପଟ୍ଟନାୟକ ,ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବବ୍ରତ କର, ବ୍ଲକ ଆସିଷ୍ଟାଣ୍ଟ୍ ଇଞ୍ଜିନିୟର ଶଶୀରେଖା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ, ଏଥିପୂର୍ବରୁ ଦଶପଲ୍ଲା ବ୍ଲକର ୭ଟି ସ୍ମାର୍ଟ ସ୍କୁଲ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।
ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋ୍ଟ ମଣିଭ ଦ୍ରା ଖବର,
إرسال تعليق