ବିଫଳତା ହିଁ ସଫଳତା ର ବାଟ ଦେଖାଏ ,ଓଡିଶା ଟପ୍ପର ଆଇ ଏ ଏସ କାର୍ତ୍ତିକ
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଆଇ ଏ ଏସ ପ୍ରସ୍ତୁତି ପରୀକ୍ଷା ରେ ମୁଁ ଦୁଇ ଥର ବିଫଳ ହେବା ପରେ ଆଇ ଏ ଏସ ପାଇବା ପାଇଁ ସେ ଦିନ ଠୁଁ ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିଲା l ଆଉ ସେଇ ବିଫଳତା, ଷ୍ଟ୍ରେଟେଜି, ଶୃଙ୍ଖଳା ଓ ସମୟାନୁବର୍ତ୍ତିତl ହିଁ ମୋତେ ଆଜି ଏଇ ସଫଳତା ଦେଇଛି ବୋଲି ସୁବର୍ଣ୍ଣପୁର ମାଟି ର ଗର୍ବ ଆଇ ଏ ଏସ କାର୍ତ୍ତିକ ପାଣିଗ୍ରାହୀ ଭାବ ବିନିମୟ ଆଳ ରେ ଆଜି ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ଉତ୍ସବ ରେ କହିଥିଲେ l ଏବଂ ନିଜ କଲେଜ ର ଟିଚର ଙ୍କୁ ପ୍ରଶ୍ନ ଉତ୍ତର ମାଧ୍ୟମରେ ନିଜ ର ସନ୍ଦେହ କୁ ଦୂର କରିବା ଓ ହାର୍ଡ ୱାର୍କ ଏଣ୍ଡ ସ୍ମାର୍ଟ ରିଡିଙ୍ଗ,ସଫଳତା ର ଶୀର୍ଷ କୁ ଛୁଆଇଁ ଦିଏ ବୋଲି ଛାତ୍ରୀ ଙ୍କୁ ପ୍ରେରଣା ଦେଇଥିଲେ l ଏବଂ ଶ୍ରୀମାନ ପାଣିଗ୍ରାହୀ ଙ୍କ ବଡ଼ ବାପା ଆର୍ତ୍ତ ତ୍ରାଣ ପାଣିଗ୍ରାହୀ ତାଙ୍କ ପ୍ରେରଣା ଦାୟୀ ପରିବାର ର ସମସ୍ତ ଙ୍କ ସଫଳତା ଉପରେ ଅନେକ ଉଦାହରଣ ଦେଇ ଛାତ୍ରୀ ଙ୍କୁ କର୍ମଚାରୀ ଓ ଅଧ୍ୟାପକ ଙ୍କୁ ଉତ୍ସାହିତ କରିଥିଲେ l ଆଜି ର ଏଇ ସଭା ରେ ଓଡ଼ିଆ ବିଭାଗ ର ଅଧ୍ୟାପିକା ଶ୍ରୀମତୀ ପୁର୍ଣିମା ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପିକା ସଂଜୁ ରାଣୀ ସିଂହ, ମିତାଶ୍ରୀ ବାରିକ, ରଂଜିତା ମିଶ୍ର, ଚେର ବୂଈ ହୋତା, ଡି ଜି ଏମ ନlୱାର୍ଡ ଆର୍ତ୍ତ ତ୍ରାଣ ପାଣିଗ୍ରାହୀ, ଡି ଜି ଏମ ଏଆରପୋର୍ଟ ଓଥୋରିଟି ଶିବ ଶଙ୍କର ପାଣିଗ୍ରାହୀ, ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ, ମଂଚାସୀନ ରହି ଆଇ ଏ ଏସ ଶ୍ରୀମାନ ପାଣିଗ୍ରାହୀ ଓ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ସଭା କୁ ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର ଖେତୀ ପରିଚାଳନା କରି ସୁବର୍ଣ୍ଣପୁର ର ଏଇ ପ୍ରତିଭା ସମଗ୍ର ଜ଼ିଲ୍ଲା ର ଛାତ୍ର ଛାତ୍ରୀ ଙ୍କ ପାଇଁ ପ୍ରେରଣା ଉତ୍ସ ପାଲଟିଛନ୍ତି l କଲେଜ ଛାତ୍ରୀ ବର୍ଷl, ମମତା, ଅଙ୍କିତା, ଓ ସଂଗୀତା ଓ ମଦନ ପଣ୍ଡା, ଅନ୍ତର୍ଯ୍ୟାମୀ ମିଶ୍ର, ପ୍ରମୁଖ ଶ୍ରୀମାନ ପାଣିଗ୍ରାହୀ ଙ୍କୁ କଲେଜ ଫାଟକ ରୁ ସ୍ୱାଗତ କରିଥିବା ବେଳେ ସମ୍ବର୍ଦ୍ଧନା ସଭାରେ ଅଧ୍ୟାପିକା ପୁର୍ଣିମା ମିଶ୍ର ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ଶ୍ରୀମାନ ପାଣିଗ୍ରାହୀ ଙ୍କ ସହିତ ଇଣ୍ଟରେକ୍ସନ ବେଳେ ଛାତ୍ରୀ ଚନ୍ଦ୍ରମା, ସୁଶ୍ରୀ, ପ୍ରିୟା, ଲିଟେଶ୍ବରୀ, ପୁଷ୍ପା, ମମତା, ଅଙ୍କିତା, ବର୍ଷା ପ୍ରମୁଖ ଅନେକ ଛାତ୍ରୀ ଆଇ ଏ ଏସ ପରୀକ୍ଷା ର ଧାରା ଓ ଧାରଣା ଉପରେ ବିଭିନ୍ନ ପ୍ରଶ୍ନ କରି ଅନେକ ଶିକ୍ଷଣୀୟ ମୂଲ୍ୟବୋଧ ତଥ୍ୟ ହାସଲ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ମଧୁ ସୁଦନ ପୁଜାହାରୀ, କର୍ମଚାରୀ ପ୍ରଦୀପ୍ତ ଦାଶ, ଅକ୍ରୁର ପାଣିଗ୍ରାହୀ, ସୁବର୍ଣ୍ଣ ରଥ, ସହଯୋଗ କରିଥିଲେ l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق