ବାଟ ହୁଡିଛି ଜଳ ଅମଳ ପ୍ରକଳ୍ପ
ଦଶପଲ୍ଲା (ପ୍ରଫୁଲ୍ଲ କୁମାର ଦାଶ)ରାଜ୍ୟରେ ଚାରିଆଡେ କୋଠାବାଡି,କଂକ୍ରିଟ୍ ରାସ୍ତାଘାଟ,ଜଙ୍ଗଲ ଆଦି କ୍ଷୟ ଯୋଗୁ ଅନିୟମିତ ବୃଷ୍ଟିପାତ ହେଉଥିବା ସହ ସ୍ବାଭାବିକ ବର୍ଷାଜଳ ସଂରକ୍ଷିତ ହୋଇ ପାରୁନାହିଁ । ଫଳରେ ଭୂତଳ ଜଳର ଅଭାବ ପରିଲକ୍ଷିତ ହେଉଛି ।ଏହି ସମସ୍ୟାର ସୁଧାର ଆଣିବା ପାଇଁ ସରକାର ଆରମ୍ଭ କରିଛନ୍ତି "ମୁକ୍ତା" (ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା)। ଏହାର ଏକମାତ୍ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ହେଲା ବର୍ଷା ଜଳ ସଂରକ୍ଷଣ କରି ତାକୁ ବ୍ୟବହାର କରିବା ସଙ୍ଗେସଙ୍ଗେ ଜଳସ୍ତର ବୃଦ୍ଧି କରିବା ।ଏହି ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ସ୍ବୟଂ ସହାୟକ ଗୋଷ୍ଠୀ, ଏବଂ ବସ୍ତି ଉନ୍ନୟନ କମିଟି ମାନଙ୍କୁ ଦିଆଯାଇଛି । ଗୋଟିଏ ପ୍ରକଳ୍ପ ନିର୍ମାଣ ପାଇଁ ୩୦ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏବେ ଦଶପଲ୍ଲା ଏନ୍ଏସିରେ ୧୦୦ଟି ଜଳ ଅମଳ ପ୍ରକଳ୍ପ କାର୍ଯ୍ୟ କାରୀ କରାଯାଇଛି ।ହେଲେ ତାର ରୂପରେଖ, ଅବସ୍ଥାକୁ ଦେଖିଲେ ମନେ ହେଉନାହିଁ ଯେ ଏହା ସରକାରଙ୍କ ଉଦ୍ଦେଶ୍ୟ ପୂରଣ କରୁଛି ବୋଲି । ଏ କାମ ସଂପର୍କରେ ତଦାରଖ କରିବାକୁ ଥିବା ପ୍ରୋଜେକ୍ଟ ମ୍ୟାନେଜର କିମ୍ବା ଯନ୍ତ୍ରୀ କେହି ଏ କାମପ୍ରତି ନଜର କରୁ ଥିବା ଭଳି ମନେହୁଏ ନାହିଁ । ନଚେତ୍ ଆଜି ବାଟ ହୁଡି ନଥାନ୍ତା ଜଳ ଅମଳ ପ୍ରକଳ୍ପ । ବାଟ ହୁଡି ନଥାନ୍ତା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଯୋଜନା " ମୁକ୍ତା "।
ରିପୋର୍ଟ ପ୍ରଫୁଲ୍ଲ କୁମାର ଦାଶ, ଦଶପଲ୍ଲା
Post a Comment