BREAKING
Loading...
:

ଏନ୍ଏସି ର ନୂତନ ପାର୍କରେ ବନମହୋତ୍ସବ

 ଏନ୍ଏସି ର ନୂତନ ପାର୍କରେ ବନମହୋତ୍ସବ 



ଦଶପଲ୍ଲା (ମଣିଭଦ୍ରା ଖବର) ଜଳବାୟୁ ପରିବର୍ତ୍ତନ ବିଶ୍ୱର ଏକ ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଥିବା ବେଳେ ଏହାର ଏକମାତ୍ର ଉପାୟ ପରିବେଶର ସୁରକ୍ଷା ସହ ବ୍ୟାପକ ବୃକ୍ଷ ରୋପଣ ।ଏଥିପାଇଁ ବନମହୋତ୍ସବ ମାଧ୍ୟମରେ ସମଗ୍ର ରାଜ୍ୟରେ ଲକ୍ଷ ଲକ୍ଷ ବୃକ୍ଷରୋପଣ କରାଯାଉଛି। ଚଳିତ ବର୍ଷ ଏଥିସହିତ ମହାନଦୀ ମିଶନ ମଧ୍ୟ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଆଜି ଦଶପଲ୍ଲା ଏନ୍ଏସିର ନୂତନ ପାର୍କ   ମଧ୍ୟରେ ବନବିଭାଗ ପକ୍ଷରୁ ୭୩ତମ ବନମହୋତ୍ସବ ପାଳନ ସହ ମହାନଦୀ ମିଶନ କାର୍ଯ୍ୟ ଆରମ୍ଭ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା, ଏସିଏଫ୍ ଶ୍ବେତାଲିନି ସାହୁ, ଏନ୍ଏସି  ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀ, ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ , ବନାଞ୍ଚଳ ଅଧିକାରୀ ନିଖିଳେଶ ମଲ୍ଲିକଙ୍କ ସହ ବହୁ ଗଣ୍ୟମାନ୍ୟ ବ୍ୟକ୍ତି  ଉପସ୍ଥିତ ଥିଲେ ।ସମସ୍ତେ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରି ତାର ଦୀର୍ଘ ଜୀବନ କାମନା କରିଥିଲେ । ଅବଶିଷ୍ଟ ବୃକ୍ଷ  ବିଭାଗ ଦ୍ବାରା ଲଗାଯିବ । ତେବେ ଏଇ ସପ୍ତାହ ମଧ୍ୟରେ ଲକ୍ଷାଧିକ ବୃକ୍ଷ ରୋପଣ ପାଇଁ ଚେଷ୍ଟିତ ଥିବା କହିଛନ୍ତି  ବନାଞ୍ଚଳ ଅଧିକାରୀ ଶ୍ରୀ ମଲ୍ଲିକ ।


ରିପୋର୍ଟ ପ୍ରଫୁଲ୍ଲ କୁମାର ଦାଶ, ଦଶପଲ୍ଲା

Post a Comment

Previous Post Next Post
Header ADS