BREAKING
Loading...
:

ଜିଲ୍ଲାରେ ଜନଜୀବନ ର ସୁରକ୍ଷା ପାଇଁ ସଡ଼କ ସୁରକ୍ଷା ସଚେତନତା ରାଲି

 ଜିଲ୍ଲାରେ ଜନଜୀବନ ର ସୁରକ୍ଷା ପାଇଁ ସଡ଼କ ସୁରକ୍ଷା ସଚେତନତା ରାଲି 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)

ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ ନିର୍ଦେଶ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପ୍ରଶାସନ ଓ ପରିବହନ ବିଭାଗ ର ମିଳିତ ଆୟୋଜନରେ ଆଜି ସକାଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ପରିସରରୁ  ଏଣିକି ଜିଲ୍ଲାରେ ମାସର ପ୍ରତି ଶନି ଓ ରବିବାର କୁ ଶତ ପ୍ରତିଶତ ହେଲମେଟ ଦିବସ ଭାବେ ଗ୍ରହଣ କରିବାକୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଚେତନତା ରାଲି କୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ହେମନ୍ତ କୁମାର ପାଢ଼ୀ ଓ ପରିବହନ ଅଧିକାରୀ ଶ୍ରୀ ରବୀନ ପଟ୍ଟନାୟକ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ l ଜିଲ୍ଲାର ପ୍ରତିଟି ଜୀବନ ମୂଲ୍ୟବାନ, ପ୍ରତ୍ୟେକ ଯାନ ଚାଳକ ଗାଡ଼ିରେ ଯାତାୟାତ ସମୟରେ ସଦା ସର୍ବଦା ହେଲମେଟ ପରିଧାନ କୁ ସୁ ନିଶ୍ଚିତ କରିବା ର ସଚେତନତା ବାର୍ତ୍ତା ନେଇ ଅନୁଷ୍ଠିତ ରାଲି ସୋନପୁର ସହର ପରିକ୍ରମା କରି ସୋନପୁର ବଲାଙ୍ଗୀର ମୁଖ୍ୟ ରାସ୍ତା ରେ ହରଡ଼ଖୋଲ, ବୈଦ୍ୟନାଥ ଛକ, ଖମ୍ବେଶ୍ବରୀ ପାଲି ଛକ ତଥା ସାଗରପାଲି ଗ୍ରାମର ପରିକ୍ରମା କରିଥିଲା l ଅନୁଷ୍ଠିତ ଏହି ରାଲି ରେ ରେ ଏସ ଡି ପି ଓ ପୁଷ୍ପାଞ୍ଜଳି ନିଙ୍ଗୀ,ଅତିରିକ୍ତ ପରିବହନ ଅଧିକାରୀ ଦେବାଶିଷ ସାହୁ, ଏମ ଭି ଆଇ ଲୋକନାଥ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଶ୍ବିନୀ କୁମାର ଭୋଇ, ପୋଲିସ ଓ ପରିବହନ ବିଭାଗୀୟ ଅଧିକାରୀ,ସ୍ବେଛାସେବୀ ଅନୁଷ୍ଠାନ ର ସଦସ୍ୟ ସଦସ୍ୟା ପ୍ରମୁଖ ସାମିଲ ଥିଲେ l  ଜିଲ୍ଲାର ସଡ଼କ ଦୁର୍ଘଟଣା କୁ ହ୍ରାସ କରିବା ନିମନ୍ତେ ଆଗକୁ ନିୟମିତ ଭାବେ ଏହିପରି  ଆବଶ୍ୟକ ଜନ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯିବ ବୋଲି ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେବା ସହ ସମସ୍ତ ଜନସାଧାରଣ ଗାଡିଚାଳନା ବେଳେ ନିଶ୍ଚିତ ଭାବେ ହେଲମେଟ ପରିଧାନ କରିବାକୁ ଅନୁରୋଧ କରିଛନ୍ତି l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS