କୋଶଳ ରାଜ୍ୟ ଦାବିରେ ୨ ଘଣ୍ଟିଆ ବନ୍ଦ ଡାକରା ଶାନ୍ତିର ସହ ସମାପନ।
ସୁବର୍ଣ୍ଣପୁର,,କୋଶଳ ରାଜ୍ୟ ଦାବିରେ ଆଜି kmm କୋଶଳ ମାଟି ମଞ୍ଚ ତରଫରୁ ୨ ଘଣ୍ଟିଆ ବନ୍ଦ ଡାକରା ଶାନ୍ତିର ସହ ଶେଷ ହୋଇଛି। ପଶ୍ଚିମ ଓଡ଼ିଶା କୁ ଅଣଦେଖା କରୁଥିବା ରାଜ୍ୟ ସରକାର ଙ୍କ ଠାରୁ ଆମର ମାଟିର ମହକ ଛଡ଼ାଇବାକୁ ପ୍ରସ୍ତୁତ ବୋଲି କୁହନ୍ତି ଆନ୍ଦୋଳନକାରୀ।ଗତ ଜୁଲାଇ ୫ ତାରିଖ ରେ କୋଶଳ ସଂଗ୍ରାମୀ ତଥା ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣ ରୁ ଅନେକ କୋଶଳ ସଂଗ୍ରାମୀ ଭୁବନେଶ୍ୱର ଠାରେ ଏକାଠି ହୋଇ ବିଧାନ ସଭା ସମ୍ମୁଖରେ ଜୋରଦାର ଆନ୍ଦୋଳନ କରିଥିବା ବେଳେ ଏପର୍ଯ୍ୟନ୍ତ ରାଜ୍ୟ ସରକାର କୋଶଳ ରାଜ୍ୟ ଉପରେ କିଛି ବି ଆଲୋଚନା କରିନାହାନ୍ତି। ସମସ୍ତ ରାଜ୍ୟ ରାଜପଥ ଓଡ଼ିଶାକୁ ସଂଯୋଗ କରୁଥିବା ସ୍ଥାନ ମାନଙ୍କରେ ଏହି ବନ୍ଦ କରାଯାଇଥିବା ବେଳେ ତେଣୁ କରି ଆଜି ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ୱର ଜାତୀୟ ରାଜପଥ ମନ ମୁଣ୍ଡା ଠାରେ କୋଶଳ ମଞ୍ଚ ତରଫରୁ ମିଳିତ ଭାବେ ଏକାଠି ହୋଇ ସକାଳ ୧୦ ଘଣ୍ଟାରୁ ୧୨ ଟା ଯାଏଁ ସମସ୍ତ ଯାନ ବାହନ କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ୍ କରିଥିବା ଦେଖିବାକୁ ମିଳିଥିଲା। ଆଜିର ଏହି ବନ୍ଦ୍ ପାଳନ ଅର୍ଥନୈତିକ ଅବରୋଧ ମାତ୍ର ଆଉ କ୍ଷୀର ଠୁ ନିର ସବୁ ବନ୍ଦ କରି ଦିଆଯିବ ବୋଲି ନାରାବାଜି ଦେଉଥିବା ବେଳେ ଜୟ କୋଶଳ ରେ କମ୍ପି ଉଠିଥିଲା ରାସ୍ତା ଅବରୋଧ କରିଥିବା ସ୍ଥାନ। ଆଗକୁ ଯଦି ସରକାର କୋଶଳ ରାଜ୍ୟ ଗଠନ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତାହା ହେଲେ ଆଗାମୀ ଦିନରେ ମହା ଆନ୍ଦୋଳନ ହେବ ବୋଲି ସିଧାସଳଖ କହିଛନ୍ତି କୋଶଳ ସଂଗ୍ରାମୀ। ଆଜିର ଏହି ଅର୍ଥନୈତିକ ଅବରୋଧ ଯୋଗୁଁ ମନ ମୁଣ୍ଡା ଠାରେ ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ମୋଟର ଅଟକି ରହିଥିଲା।ମନ୍ ମୁଣ୍ଡା ପୋଲିସ ମଧ୍ୟ ଉକ୍ତ ସ୍ଥାନରେ ପହଞ୍ଚି ନଜର ରଖିଥିବା ଦେଖିବାକୁ ମିଳିଛି।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment