ଇଣ୍ଡିଆନ ବ୍ୟାଙ୍କରେ ନୂତନ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ଗଣିଆ ୨୫/୦୭(ନିପ୍ର) ଗଣିଆରେ ଥିବା ଇଣ୍ଡିଆନ୍ ବ୍ୟାଙ୍କରେ ଯୋଗ ଦେଇଥିବା ନୂତନ କର୍ମଚାରୀଙ୍କୁ ବ୍ୟାଙ୍କ ପରିସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମ୍ୟାନେଜର ମୁନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ନୂତନ କର୍ମଚାରୀ ମୋସେସ ସାମନ୍ତରାୟ, ରତିକାନ୍ତ, ବ୍ୟାଙ୍କ ମିତ୍ର ବ୍ରଜକିଶୋର ସାହୁ,ମାନସ କୁମାର ବେହେରା, ପ୍ରଫୁଲ୍ଲ କୁମାର ରାଉଳ, ସୂର୍ଯ୍ୟକାନ୍ତ ସାହୁ, ରମେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବ୍ୟାଙ୍କ ତରଫରୁ ନୂତନ କର୍ମଚାରୀଙ୍କୁ ଉପଢ଼ୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ବ୍ୟାଙ୍କରେ ଦୀର୍ଘ ଦିନ ହେବ କର୍ମଚାରୀ ଅଭାବ ଥିବାରୁ ଉପଭୋକ୍ତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେବେ ଦୁଇ ଜଣ ନୂତନ ଭାବେ କାର୍ଯ୍ୟିରେ ଯୋଗ ଦେବା ପରେ ଜନସାଧାରଣ ବହୁତ ଉପକୃତ ହୋଇପାରିବେ ବୋଲି ମ୍ୟାନେଜର ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment