BREAKING
Loading...
:

ମୃତ୍ୟୁ ର ତଦନ୍ତ ନିର୍ଦେଶ ଦେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ -

 ମୃତ୍ୟୁ ର ତଦନ୍ତ ନିର୍ଦେଶ ଦେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ -



ସୁବର୍ଣ୍ଣପୁର,,, ମଣିଭଦ୍ରା ଖବର


ଗତ ତା.୩0/0୬/୨୨ ରେ ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇଥିବା ଡୁଙ୍ଗୁରିପାଲି ବ୍ଲକ ସହଲା ପଞ୍ଚାୟତ ଅନ୍ତର୍ଗତ ଟୁନିଆଁମୁଣ୍ଡା ର ଭଗବାନ ଯୁଆଡ଼ି ଙ୍କ ମୃତ୍ୟୁ ସମ୍ପର୍କିତ ଖବର ପାଇ ଜିଲ୍ଲାପାଳ ସୁବର୍ଣ୍ଣପୁର ମୃତ୍ୟୁ ର ସଠିକ ତଥ୍ୟ ନିମନ୍ତେ ତୁରନ୍ତ ସରଜମିନ ତଦନ୍ତ ନିର୍ଦେଶ ପ୍ରଦାନ କରିଥିଲେ l ଏହି ପରିପ୍ରେକ୍ଷୀରେ ରାମପୁର ତହସିଲଦାର ଶ୍ରୀ ପୁରୁଷୋତ୍ତମ ମିର୍ଦ୍ଧା ଙ୍କ ନେତୃତ୍ୱ ରେ ସମ୍ପାଦକ ଆର ଏମ ସି ଡୁଙ୍ଗୁରିପାଲି, ଶ୍ରୀ ଉଦିତ କୁମାର ବାବୁ, ସୁବର୍ଣ୍ଣପୁର ର କୋ ଅପରେଟିଭ ସୋସାଇଟି ନିରୀକ୍ଷକ ଅକ୍ଷୟ କୁମାର ମେହେର, ରାଜସ୍ବ ନିରୀକ୍ଷକ ଭଟବାହାଲି, ଆଲୋକ କୁମାର ପ୍ରଧାନ, ପେକ୍ସ ସମ୍ପାଦକ ସହଲା ନିତେଇ ପଣ୍ଡା, ପୋଲିସ ସବ ଇନିସ୍ପେକ୍ଟର ଡୁଙ୍ଗୁରିପାଲି ଥାନା ମୋହନ ବରିହା, ବ୍ଲକ କୃଷି ଅଧିକାରୀ ଡୁଙ୍ଗୁରିପାଲି ତିଲ ରଞ୍ଜନ ମହାଳିକ ପ୍ରଭୁତି  ତଦନ୍ତକାରୀ ଅଧିକାରୀ ଟୁନିଆଁମୁଣ୍ଡା ମୃତକ ଭଗବାନ ଯୁଆଡ଼ି ଙ୍କ ବାସଭବନ କୁ ଯାଇ ଶୋକାକୁଳ ପରିବାର କୁ ଆଶ୍ୱାସନା ଦେବାସହ ମୃତକ ଙ୍କ ପରିବାର ର ସଦସ୍ୟ ସଦସ୍ୟା, ପାଖ ପଡୋଶୀ, ଗ୍ରାମ ଭଦ୍ର ବ୍ୟକ୍ତି ତଥା ସମ୍ପୃକ୍ତ ବିଭିନ୍ନ ବ୍ୟାଙ୍କ ର ଅଧିକାରୀ ଙ୍କ ସହ ମୃତ୍ୟୁ ସମ୍ପର୍କିତ ତଦନ୍ତ କରିଛନ୍ତି l ତଦନ୍ତ ର ତଥ୍ୟ ମୁତାବକ ହୋଇଥିବା ମୃତ୍ୟୁ, ଉଲ୍ଲେଖିତ ଚାଷ ଋଣ ବୋଝ, କିମ୍ବା ଧାନ ବିକ୍ରି ନ କରି ପାରିବl ଅଥବା ବିଗତ ଦିନରେ ଚାଷ କ୍ଷତି ହୋଇଥିବା ଉପରେ  ହୋଇନାହିଁ, ଏଣୁ ଭଗବାନ ଯୁଆଡ଼ି ଙ୍କ ମୃତ୍ୟୁ ଅନ୍ୟ କୌଣସି କାରଣ ହେତୁ ଘଟିଥାଇପାରେ ବୋଲି ତଦନ୍ତକାରି ଦଳ ର ମୁଖ୍ୟ ତହସିଲଦାର ରାମପୁର ଶ୍ରୀ ମିର୍ଦ୍ଧା ସୂଚନା ପ୍ରଦାନ କରିଛନ୍ତି l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS