BREAKING
Loading...
:

କୋଶଲ ରାଜ୍ୟ ଦାବିରେ ତେଜୁଛି ଆନ୍ଦୋଳନ, ଆସନ୍ତା ୨୯ରେ ଜାତୀୟ ରାଜପଥ ଅବରୋଧ

 କୋଶଲ ରାଜ୍ୟ ଦାବିରେ ତେଜୁଛି ଆନ୍ଦୋଳନ

ଆସନ୍ତା ୨୯ରେ ଜାତୀୟ ରାଜପଥ ଅବରୋଧ




ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ ଦିନକୁ ଦିନ ତୀବ୍ ହେବାରେ ଲାଗିଛି ଆନ୍ଦୋଳନ । ଏହାକୁ ଆହୁରି ତୀବ୍ରତର କରିବା ପାଇଁ ଆସନ୍ତା ୨୯ ତାରିଖରେ ଦୁଇ ଘଣ୍ଟା ପାଇଁ ଜାତୀୟ ରାଜପଥ ଅବରୋଧ ପାଇଁ କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା(କେଏମ୍‌ଏମ୍‌) ପକ୍ଷରୁ ସୂଚନା ଦିଆଯାଇଛି । ଜୁଲାଇ ୫ ତାରିଖରେ ବିଧାନସଭା ଘେରାଉ କରି ମୌସୁମୀ ଅଧିବେଶନରେ ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ପାଇଁ ଏକ ପ୍ରସ୍ତାବ ପାରିତ କରିବା ପାଇଁ ଦାବି କରାଯାଇଥିଲା । ତେବେ ସରକାର ଦାବି ନେଇ ବିଧାନସଭାରେ କୌଣସି ଆଲୋଚନା କଲେ ନାହିଁ । ଏହାର ପ୍ରତିବାଦ ସ୍ୱରୂପ ଆସନ୍ତା ୨୯ ତାରିଖରେ ସକାଳ ୯ଟାରୁ ୧୧ଟା ଯାଏଁ ପୂର୍ବାଞ୍ଚଳ ସହ ସଂଯୋଗ ଜାତୀୟ ରାଜପଥକୁ ଅବରୋଧ କରାଯିବ ବୋଲି କେଏମ୍‌ଏମ୍ ପକ୍ଷରୁ କୁହାଯାଇଛି । ଶାନ୍ତିପୂର୍ଣ୍ଣ ଭାବେ ଅର୍ଥନୈତିକ ଅବରୋଧ କରି କୃଷି, ଖଣି, ଖାଦାନ, ଜଙ୍ଗଲରେ ପରିପୂର୍ଣ୍ଣ ପଶ୍ଚିମ ଓଡିଶାରୁ ୨ ଘଣ୍ଟା ପାଇଁ କୌଣସି ସାମଗ୍ରୀ ପୂର୍ବ ଓଡିଶାକୁ ପରିବହନ ପାଇଁ ଦିଆଯିବ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କେଏମ୍‌ଏମ୍ ପକ୍ଷରୁ ସୂଚନା ଦିଆଯାଇଛି । ସ୍ଥାନୀୟ କସ୍ତୁରୀ ହୋଟେଲରେ ବରିଷ୍ଠ ଆଇନଜୀବୀ ଶ୍ୟାମାଓଁ ପ୍ରସାଦ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସିପୁନ ଖମାରୀ, ଜଗନ ମେହେର, ସୁଶୀଳ ଗୁରୁ, ନିତୀନ ପ୍ରଧାନ, ଗଣେଶ ସାହୁ, ଡିଙ୍ଗର କୁମାର ପ୍ରମୁଖ ଯୋଗ ଦେଇଥିଲେ । ଆଞ୍ଚଳିକ ବୈଷମ୍ୟବାଦର ଶିକାର ହୋଇଥିବାରୁ ସରକାର ଡବ୍ଲୁଓଡିସି ଗଠନ କରିଛନ୍ତି । ଏହାସତ୍ତ୍ୱେ ମଧ୍ୟ ଏହି ଅଞ୍ଚଳ ଆହୁରି ଅଣଦେଖା କରାଯାଉଛି । ବିଭିନ୍ନ କଳକାରଖାନାରେ ଏ ଅଞ୍ଚଳର ଯୁବକଙ୍କୁ ନିଯୁକ୍ତି ମିଳୁନାହିଁ । ସମସ୍ତ ସମସ୍ୟାର ଏକମାତ୍ର ସମାଧାନ ସ୍ୱତନ୍ତ୍ର କୋଶଲ ପ୍ରଦେଶ ବୋଲି ସିପୁନ ଖମାରୀ କହିଥିଲେ । ତେବେ ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ପାଇଁ ଭବିଷ୍ୟତରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ । ସାରା ପଶ୍ଚିମ ଓଡିଶାରେ ମହାବନ୍ଦ ପାଳନ ହେବ ବୋଲି କେଏମ୍‌ଏମ୍ ପକ୍ଷରୁ ସୂଚନା ଦିଆଯାଇ ଥିଲା । ପରେ କୋଶଲ ରାଜ୍ୟ ଦାବି ନେଇ ମଝିପଡା-ଘୋଡାଘାଟପଡା ରାସ୍ତାରେ କେଏମ୍‌ଏମ୍ ଯୁବ ବାହିନୀ ପକ୍ଷରୁ ବିଭିନ୍ନ ନରାବାଜି କରାଯାଇ ଥିଲା l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS