BREAKING
Loading...
:

ଅସରାଏ ବର୍ଷା ରେ ମୋ ସରକାରଙ୍କ 5T ସ୍କୁଲ ବେହାଲ....

 ଅସରାଏ ବର୍ଷା ରେ ମୋ ସରକାରଙ୍କ 5T ସ୍କୁଲ ବେହାଲ....




ସୁବର୍ଣ୍ଣପୁର  (ମଣିଭଦ୍ରା ଖବର)ସରକାରଙ୍କ 40ଲକ୍ଷ୍ ଅଟକଳ ଅନୁଦାନ ରେ ତିଆରି ହେଉଥିବା 5T ସ୍କୁଲ ର ଅବସ୍ଥା ଅସରାଏ ବର୍ଷା ରେ ପାଣି ଜମିବା ଦେଖିବାକୁ ମିଳିଛି l ଘଟଣା ଟି ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ ଉଚ୍ଚ ବିଦ୍ୟାଳୟ ରେ l ସୂଚନା ମତେ ଏହି ସ୍କୁଲ ଟି କୁ 5T ସ୍କୁଲ ରେ ରୂପାନ୍ତରିତ କରିବା ପାଇଁ 40ଲକ୍ଷ୍ ଟଙ୍କା ସରକାରୀ ଅନୁଦାନ ଦିଆଯାଇଛି ଏବଂ କାମ ମଧ୍ୟ ଅଧାରୁ ଅଧିକ ସରିଯାଇଛି!କିନ୍ତୁ ଗତ କାଲି ଟିକିଏ ବର୍ଷା ରେ ସ୍କୁଲ ପରିସରରେ ତିଆରି ହୋଇଥିବା ରାସ୍ତା ରେ ପାଣି ଜମିରହୁଥିବାର ଦେଖିବାକୁ ମିଳିଛି l ଏକ ବଡ଼ ପୁରୁଣା କୃଷ୍ଣଚୁଡା ଗଛ ଉପୁଡି ପଡି ସ୍କୁଲ ଉପରେ ପଡିଛ l ପିଲା ପାଠ ପଢ଼ୁଥିବା ସମୟରେ ଗଛ ଟି ଏପରିପଡି ଥିଲେ ପିଲାଙ୍କ ଅବସ୍ଥା କଣ ହୋଇଥାନ୍ତା? ଏପଟେ ସରକାରୀ ଯନ୍ତ୍ରୀ ରାସ୍ତା ତିଆରି ସମୟରେ ତଦାରଖ କରିଥିଲେ କି ନାହିଁ? ଠିକାଦାର ଙ୍କ ସହିତ ମଧୁଚନ୍ଦ୍ରିକାରେ ଏହି କାମ ଚାଲୁଛି ଯେ ଅସରାଏ ବର୍ଷାରେ ରାସ୍ତା ଉପରେ ପାଣି ଜମି ରହୁଛି ଏବେ ଏହା ଚର୍ଚ୍ଚା ର ବିଷୟ ପାଲଟିଛି l  


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS