ବିଧାନସଭାରେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଦାବି...
୧_ନୂତନ ବସଷ୍ଟାଣ୍ଡ ନିର୍ମାଣ
୨_ସବ୍_ରେଜିଷ୍ଟର କାର୍ଯ୍ୟାଳୟ ଖୋଲିବା
୩_ଭୂମିହୀନଙ୍କୁ ଘରଡିହ ବଣ୍ଟନ
୪_ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ
ନୟାଗଡ (ମଣିଭଦ୍ରା ଖବର) ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶପଲ୍ଲା, ଗଣିଆ ଏବଂ ନୂଆଗାଁ ବ୍ଳକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ବିଧାନସଭାରେ ଅଣତାରକା ପ୍ରଶ୍ନ କରିଛନ୍ତି ବିଧାୟକ ରମେଶ ଚନ୍ଦ୍ର ବେହେରା । ବିଧାୟକ ଶ୍ରୀବେହେରା ବିଭିନ୍ନ ବିଭାଗୀୟ ମନ୍ତ୍ରୀ ମାନଙ୍କୁ ପଚାରିଥିବା ପ୍ରଶ୍ନ ମଧ୍ୟରେ ଦଶପଲ୍ଲା ଏବଂ ନୂଆଗାଁ ବ୍ଳକରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ କି କି ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ କେବେ ସୁଦ୍ଧା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଉକ୍ତ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ ଜିଲ୍ଲାପାଳଙ୍କ ଦ୍ବାରା ଜାଗା ଚିହ୍ନଟ ଏବଂ ହସ୍ତାନ୍ତର ପରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଗଣିଆ ଏବଂ ନୂଆଗାଁ ବ୍ଳକରେ କେବେ ସବରେଜିଷ୍ଟାର କାର୍ଯ୍ୟାଳୟ ଖୋଲାଯିବ ବୋଲି ବିଧାୟକ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ରଖିବାକୁ ଯାଇ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ ଯେ ଏହା ରାଜ୍ୟ ସରକାରଙ୍କ ବିଚାରାଧିନ ରହିଛି। ତୃତୀୟ ପ୍ରଶ୍ନ ହିସାବରେ ବିଧାୟକ ପଚାରିଥିଲେ ଯେ କେବେ ସୁଦ୍ଧା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଭୂମିହୀନ ହିତାଧିକାରୀଙ୍କୁ ଘରଡିହ ଜମି ବଣ୍ଟନ କରାଯିବ । ଏହାର ଉତ୍ତର ରଖିବାକୁ ଯାଇ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ ଯେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶପଲ୍ଲା ଗଣିଆ ଏବଂ ନୂଆଗାଁ ବ୍ଳକର ୧୧୮୨ ଜଣଙ୍କୁ ଘରଡିହ ଜମି ବଣ୍ଟନ କରାଯାଇଛି। ଅବଶିଷ୍ଟ ଯୋଗ୍ୟ ବିବେଚିତ ୬୯ ଜଣଙ୍କୁ ତୁରନ୍ତ ଘରଡିହ ଜମି ବଣ୍ଟନ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଚତୁର୍ଥ ପ୍ରଶ୍ନ ହିସାବରେ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କେବେ ସୁଦ୍ଧା ମଞ୍ଜୁର କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଧାୟକ ପ୍ରଶ୍ନ କରିଥିଲେ । ପ୍ରକଳ୍ପର ପରିବେଶ ନିକାସ ଏବଂ ଦ୍ବିତୀୟ ପର୍ଯ୍ୟାୟ ଜଙ୍ଗଲ ନିକାସ ପ୍ରାପ୍ତ ହେବା ପରେ ପ୍ରାକ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ ଟୁକୁନି ସାହୁ ପ୍ରକାଶ କରିଥିଲେ । ବିଧାୟକ ଶ୍ରୀବେହେରା ବିଧାନସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଦାବି ଉପସ୍ଥାପନ କରି କାର୍ଯ୍ୟ ଗୁଡ଼ିକୁ ସଫଳ କରିବାରେ ସକ୍ଷମ ହୋଇପାରିଛନ୍ତି । ବିଗତ ଦିନରେ ବିଧାୟକ ମାନେ ନିଜ ନିର୍ବାଚନ ମଣ୍ଡଳୀ କଥା ବିଧାନସଭାରେ ଉପସ୍ଥାପନ କରିବାକୁ କୁଣ୍ଠା ପ୍ରକାଶ କରୁଥିବା ବେଳେ ଶ୍ରୀବେହେରା ଲଗାତର ଭାବେ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ଦାବି ଉପସ୍ଥାପନ କରି ବେଶ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବହୁତ କମ୍ ସମୟ ଭିତରେ ଜଣେ ଲୋକପ୍ରିୟ ନେତା ହିସାବରେ ନିଜକୁ ପ୍ରତିପାଦିତ କରିପାରିଥିବାରୁ ବୁଦ୍ଧିଜୀବୀ ମହଲରେ କୃତଜ୍ଞତା ଜ୍ଞାପନ କରାଯାଇଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment