BREAKING
Loading...
:

ରନ୍ଧନ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ରେ ଭୁଶୁଡ଼ିଲା ଘର,ଦୁଇ ଆହତ:-

 ରନ୍ଧନ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ରେ ଭୁଶୁଡ଼ିଲା ଘର,ଦୁଇ ଆହତ:-



ବ୍ରହ୍ମପୁର(ମଣିଭଦ୍ରା ଖବର)ଆଜି ସକାଳେ ଗଞ୍ଜାମ ଜିଲ୍ଲା  ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଭୟଙ୍କର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଗୋଟିଏ ଘର ଛାତ ଓ କାନ୍ଥ ସମ୍ପୁଣ୍ଣ ଭାବେ ଭୁଶୁଡି ପଡିଥବା ବେଳେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।ମିଳିଥିବା ସୂଚନାରୁ ଜଣା ପଡ଼ିଛି ଯେ,ରାମଚନ୍ଦ୍ର ପୁର ର ଦେବରାଜ ନାୟକ ନାମକ ଜୈନକ ବ୍ୟକ୍ତି ନିଜ ଘର ର ଦୁଇଟି ବାୟୁ ଚଳା ଚଳ ନଥିବା ଆବଦ୍ଧ କୋଠରୀରେ ବ୍ୟବସାୟିକ ଭାବେ ବ୍ୟବହୃତ ହେଉଥିବା ଗ୍ୟାସ ସିଲିଣ୍ଡର ସବୁ ଆଣି ଗଚ୍ଛିତ ରଖି ବିଭିନ୍ନ ହୋଟେଲ ,ଜଳଖିଆ ଦୋକାନ ଗୁଡିକୁ ଯୋଗାଇ ଦିଅନ୍ତି।ଆଜି ସକାଳେ ସ ଯେତେବେଳେ ଗୋଦାମ ର କବାଟ ଖୋଲି ଲାଇଟ ର ସୁଇଚ ମାରିବା କ୍ଷଣି ଅତି ଭୟଙ୍କର ଭାବେ ବିସ୍ଫୋରଣ ହୋଇଥିଲା।ଯାହା ଫଳରେ ସ ଓ ଅନ୍ୟ ଜଣେ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିଲେ।ବିସ୍ଫୋରଣ ପରେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଂଛି ନିଆଁ କୁ ଆୟତ କରିବା ସହ ଗୁରୁତର ଆହତ ଙ୍କୁ ବ୍ରହ୍ମପୁର ଏମ କେ ସି ଜି ହସ୍ପିଟାଲ ରେ ଭର୍ତ୍ତି କରିଥିଲେ।ଖବର ପାଇ ଗୋପାଳପୁର ଥାନା ପୋଲିସ ମଧ୍ୟ ଘଟଣା ସ୍ଥଳ ରେ ପହଂଛି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।



ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS