BREAKING
Loading...
:

ଦ୍ରୌପଦୀ ମୁର୍ମୁ ହେଲେ ଦେଶର ୧୫ ତମ ରାଷ୍ଟ୍ରପତି, ଓଡ଼ିଶାର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି

 ଦ୍ରୌପଦୀ ମୁର୍ମୁ ହେଲେ ଦେଶର ୧୫ ତମ ରାଷ୍ଟ୍ରପତି 



ନୂଆଦିଲ୍ଲୀ (ମଣିଭଦ୍ରା ଖବର) ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଏନଡିଏ ପ୍ରାର୍ଥୀ ଦୈପଦୀ ମୁର୍ମୁ। ବିରୋଧୀ ଦଳ ପ୍ରାର୍ଥୀ ଯଶଓ୍ବନ୍ତ ସିଂହ୍ନାକୁ ହରାଇ ସେ ବିଜୟ ଲାଭ କରିଛନ୍ତି । ଦେଶକୁ ମିଳିଛି ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି। ମୟୁରଭଞ୍ଜର ଏକ ଆଦିବାସୀ ଗାଁ ରାଇରଙ୍ଗପୁରରୁ ରାଇସିନା ହିଲ୍ ଯିବେ ମୁର୍ମୁ। ସେ ଓଡ଼ିଶାର ପ୍ରଥମ ରାଷ୍ଟ୍ରପତି ଭାବେ ରାଜ୍ୟକୁ ଗୈାରବ ଆଣିଛନ୍ତି । ସାରା ଦେଶରେ ଚାଲିଛି ବିଜୟ ଶୋଭାଯାତ୍ରା । 




ଦୈପଦୀଙ୍କ ବିଜୟରେ ବିଜେପି କାର୍ଯ୍ୟାଳୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଭାରତ ଭଳି ଗୋଟିଏ ସର୍ବ ଗଣତନ୍ତ୍ର ରାଷ୍ଟ୍ରରେ ଜଣେ ସାଧାରଣ ମହିଳାଙ୍କୁ ବିଶ୍ବାସକୁ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ରାଇରଙ୍ଗପୁରବାସୀ । ଦୈପଦୀଙ୍କ ଶାଶୁଘର ଠାରୁ ଆରମ୍ଭ କରି ପୈତୃକ ଗ୍ରାମରେ ଉତ୍ସବର ବାତାବରଣ ଖେଳିଯାଇଛି ।   ନାଚ ଗୀତ, ଭୋଜିଭାତରେ ଫାଟି ପଡୁଛି ରାଇରଙ୍ଗପୁର। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ନୂତନ ରାଷ୍ଟ୍ରପତି ଦୈପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେହିପରି ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା, ଉପାଧ୍ୟକ୍ଷ ରାଜକିଶୋର ସାହୁ,ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ, କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର ପ୍ରମୁଖ ନୂତନ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS