ଜିଲ୍ଲାପାଳ ପରିଦର୍ଶନ କଲେ ଟାକରା ସେବା ଶ୍ରମ ବିଦ୍ୟାଳୟ
ଦଶପଲ୍ଲା (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲାର ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ପଞ୍ଚାୟତ ରେ ଅପରାହ୍ନ ରେ ଜିଲ୍ଲାପାଳ ଅନୁସୂଚିତ ଜାତି, ଜନ ଜାତି ବିଭାଗ ଦ୍ଵାରା ପରିଚାଳିତ ଟାକରା ସେବା ଆଶ୍ରମ ବିଦ୍ୟାଳୟ ପରିଦର୍ଶନରେ ଯାଇ ସେଠାରେ ଥିବା ଛାତ୍ର ଛାତ୍ରୀ ମାନଙ୍କର ଭଲ ମନ୍ଦ ବୁଝିଥିଲେ, ଏବଂ ବିଦ୍ୟାଳୟ ପାଇଁ ଆବଶ୍ୟକ ହେଉଥିବା ଅତିରିକ୍ତ ଛାତ୍ରାବାସ ଓ ସବୁ ପିଲାମାନେ ଏକାଠି ଭୋଜନ କରିବା ପାଇଁ ଭୋଜନ ଗୃହ ନିର୍ମାଣ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ଙ୍କୁ ଏହାର ବେୟ ଅଟକଳ ତୁରନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ଜିଲ୍ଲା ପାଳ ଙ୍କ ସହ ମୁଖ୍ୟ ଉନ୍ନୟନ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଗୋଷ୍ଟି ଅଧିକାରୀ ଦଶପଲ୍ଲା, ଜିଲ୍ଲା ମଙ୍ଗଳ ଅଧିକାରୀ ନୟାଗଡ ମଧ୍ୟ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق