ବୁଗୁଡା ଗ୍ରାମରେ ବୋମା ଆତଙ୍କ !
ଦଶପଲ୍ଲା ( ମଣିଭଦ୍ରା ଖବର)ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଟାକରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁଗୁଡା ଗ୍ରାମର ,୫୭ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଥିବା √ଅଭିମନ୍ୟୁ ନାୟକଙ୍କ ପରିତ୍ୟକ୍ତ ଘରେ କୈଣଷି ଅଜଣା ବ୍ୟକ୍ତି, ଏକ ଜରି ବ୍ୟାଗ୍ ରେ ଦୁଇଟି ବୋମାରଖି ଦେଇଥିଲେ । ଆଜି ସକାଳୁ ଘରକାମ ଲାଗି ଶ୍ରମିକ ମାନେ ଇଟା ଆଣିବାପାଇଁ ଯାଇଥିବାବେଳେ, ବ୍ୟାଗ୍ ରେ କଣ ଅଛି ଭାବି ଗ୍ରାମବାସୀ କୁଂ ଜଣାଇଥିଲେ । ଗ୍ରାମର କିଛି ଯୁବକ ପାନଡଵାରେ କଣ ଅଛି ଭାବି ସେଥିରୁ ଗୋଟିଏ ଡ଼ବାକୁ ରାସ୍ତାକୁ ଫୋପାଡ଼ି ଦେଇଥିଲାବେଳେ ତାହା ପ୍ରଚଣ୍ଡ ଶବ୍ଦ କରି ଫୁଟି ଯାଇଥିଲା । ବୋମା ବିଷ୍ଫୋରଣର ଶବ୍ଦ ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ଶୁଭିଥିଲା । ଏହି ପ୍ରଚଣ୍ଡ ବିଷ୍ଫୋରଣ ଶବ୍ଦରେ ଗ୍ରାମବାସୀ ଆତଂକିତ ହୋଇ, ଦଶପଲ୍ଲା ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ ପହଞ୍ଚି, ଜୀବନ୍ତ ବୋମାକୁ ଉଦ୍ଧାର କରିବା ସହିତ, ତାକୁ ନିସ୍କ୍ରିୟ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment