BREAKING
Loading...
:

ଅଟୋ ଓ ବାଇକକୁ ପିଟିଲା ଆର୍ଟିଗା ୩ ମୃତ 6 ଗୁରୁତର

 ଅଟୋ ଓ ବାଇକକୁ ପିଟିଲା ଆର୍ଟିଗା ୩ ମୃତ 6 ଗୁରୁତର l 




ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ଆଜିସକାଳେ ସୋନପୁର ସଦରବ୍ଲକ ୫୭ ନମ୍ବର ରାଜପଥ  ଅନ୍ତର୍ଗତ ବଡ଼ବାହାଲି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଅଟୋ ଓ ବାଇକକୁ ଏକ ଆର୍ଟିକା ଗାଡି ଧକ୍କା ଦେବାଫଳରେ ରାସ୍ତାପାର୍ଶ୍ୱ ରେ ଠିଆହୋଇଥିବା ଏକ ବାଇକ ଓ ଓଟୋରେ ଥିବା ବ୍ୟକ୍ତି ଙ୍କମଧ୍ୟରୁ ୩ ମୃତ ୬ ଗୁରୁତରହୋଇଛନ୍ତି ।  । ବାଲାଂଗୀର ପଟରୁ ଆସି ବଡବହାଲି ଛକନିକଟରେ ରାସ୍ତା କଡରେ ଏକ ବାଇକ ଓଟୋ ଆରୋହୀଙ୍କ ସହ କଥା ହେଉଥିବା ସମୟରେ ସୋନପୁର ରୁ ବଲାଂଗିରକୁ ଯାଉଥିବା ଏକ ଆର୍ଟିଗା କାର ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଅଟୋରେ ବସିଥିବା ୮ ଜଣଂକ ମଧ୍ୟରୁ ୩ ଜଣଂକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ ଜଣ ଗୁରୁତର ହୋଇଥିବା ଜଣାଯାଇଛି । 



ସେହିଭଳି ବାଇକ ଆରୋହୀ ମଧ୍ୟ ଗୁରୁତର ହୋଇଛନ୍ତି । ମୃତକମାନେ ସମସ୍ତେ ବଲାଂଗିର ଜିଲ୍ଲା ରାଘପାଲି ଅଂଚଳର ବୋଲି ଜଣାପଡିଛି । ସବୁଦିନ ଭଳି ଆଜି ମଧ୍ୟ ରାଘପାଲି ଅଂଚଳରୁ ଏକ ଅଟୋରେ ପନିପରିବା ଚାରା ବିକ୍ରୀକରିବାକୁ ଆ


ସୁଥିବାବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତରମାନଂକୁ ଉଦ୍ଧାର କରାଯାଇ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ଆର୍ଟିଗା ଗାଡି ଚାଳକ ଘଟଣାସ୍ଥଳରୁ ଫେରାର ମାରିଥିବାବେଳେ ଗାଡିରେ ଗୋଟିଏ ପରିବାର ର ସମସ୍ତେ ଥିବା ସଂନ୍ଦେହ କରାଯାଉଛି । ଗାଡି ଭିତରୁ ସଂଘମିତ୍ରା ସୁନା ,ଇନିସ୍ପେକ୍ଟର ଲେଖାଥିବା ଏକ ପୋଲିସ ପୋଷାକ ମିଳିଥିବାରୁ ସେଥିରେ ପୋଲିସ ବିଭାଗର ଅଧିକାରୀ ଓ ଅନ୍ୟମାନେ ଥିବା  ସନ୍ଦେହ କରାଯାଉଛି । ତେବେ ସେମାନଂକ ସମ୍ପର୍କରେ ଏଯାଏଁ କିଛି ତଥ୍ୟ ମିଳିପାରିନାହିଁ। ତେବେ ଗୁରୁତର ଆହତ ହୋଇଥିବା ବଡ଼ବାହାଲି ଗ୍ରାମର ପଙ୍କଜ ମିଶ୍ର ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେତୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଉଥିବା ଆହତଙ୍କ ପରିବାର ସୂତ୍ରରୁ ଜଣାପଡିଛି। 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS