BREAKING
Loading...
:

ଯାତ୍ରୀବାହି ଅଟୋରୁ ଖସିପଡ଼ି ଯୁବକ ମୃତ୍ୟୁ,

 ଯାତ୍ରୀବାହି ଅଟୋରୁ ଖସିପଡ଼ି ଯୁବକ ମୃତ୍ୟୁ, 




ଦଶପଲ୍ଲା (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲାର ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘାଟିରେ ଯାତ୍ରୀବାହୀ ଅଟୋରୁ ଖସିପଡି ଯୁବକଙ୍କ ମୃତ୍ୟୁ ଘଟିଛି।ମୃତ ବ୍ୟକ୍ତି ଜଣକ ବାମ୍ ଗ୍ରାମର ଦିଗାମ୍ବର ନାୟକ ବୋଲି ଜଣାପଡିଛି।ମୃତ ଦିଗାମ୍ବର ଏକ ଯାତ୍ରୀବାହୀ ଅଟୋରେ ନିଜ ଗ୍ରାମରୁ ଦଶପଲ୍ଲା ଯାଉଥିବା ବେଳେ ଦଲକ ଘାଟିରେ ଅଟୋରୁ ଖସି ପଡିଥିଲେ।ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଅଟୋରେ କାପାସିଟ୍ ଠାରୁ ଅଧିକ ଯାତ୍ରୀ ଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।ଖବର ପାଇ ବାଣିଗୋଛା ପୋଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି।ଦୁର୍ଘଟଣା ଘଟାଇଥିବା ଅଟୋଟି ସମ୍ପର୍କରେ କୌଣସି ସୂଚନା ମିଳି ପାରିନାହିଁ। 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS