BREAKING
Loading...
:

ସୁବର୍ଣ୍ଣପୁର ପ୍ରିଣ୍ଟ ମିଡ଼ିଆ ପକ୍ଷରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଙ୍କୁ ସର୍କିଟ ହାଉସ ଠାରେ ସାକ୍ଷାତ ଓ ଆଲୋଚନା l

 ସୁବର୍ଣ୍ଣପୁର ପ୍ରିଣ୍ଟ ମିଡ଼ିଆ ପକ୍ଷରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଙ୍କୁ ସର୍କିଟ ହାଉସ ଠାରେ ସାକ୍ଷାତ ଓ ଆଲୋଚନା l 




ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ମାନ୍ୟବର ମନ୍ତ୍ରୀ ଜଙ୍ଗଲ ଓ ପରିବେଶ, ପଞ୍ଚାୟତ ରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଙ୍କ ସୁବର୍ଣ୍ଣପୁର ଜ଼ିଲ୍ଲା ଗସ୍ତ ର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ସମୀକ୍ଷା ପରେ ମନ୍ତ୍ରୀ ଶ୍ରୀ ଅମାତ ଙ୍କୁ ସୁବର୍ଣ୍ଣପୁର ଓ ବୌଦ୍ଧ ଅଞ୍ଚଳ ର ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ସାକ୍ଷାତ  କରିଥିଲେ l ଏବଂ ମନ୍ତ୍ରୀ ଙ୍କୁ ପ୍ରଥମେ ସ୍ୱାଗତ କରି  ସୁବର୍ଣ୍ଣପୁର  ର  ସାମ୍ବାଦିକ ସ୍ବର୍ଗୀୟ  ଗୋବିନ୍ଦ ଠାକୁର ଙ୍କ ପରିବାର କୁ ରାଜ୍ୟ ସରକାର ପକ୍ଷରୁ ୱେଲ ଫେୟାର ପାଣ୍ଠି ରୁ ଯୋଗାଇ ଦେଇଥିବା 4 ଲକ୍ଷ ଟଙ୍କା ସହାୟତା ରାଶି ପାଇଁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ l ଏବଂ ପଡୋଶୀ ବୌଦ୍ଧ ଜ଼ିଲ୍ଲା ର ଓଡିଶା ଭାସ୍କର ଜ଼ିଲ୍ଲା ପ୍ରତିନିଧି ସ୍ବର୍ଗତ ଦୁର୍ବାକ୍ଷ ବସ୍ତିଆ ଙ୍କ ପରିବାର ଙ୍କୁ ରାଜ୍ୟ ସରକାର ଙ୍କ ସେଇ ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ୱେଲ ଫେୟାର ଫଣ୍ଡ୍ସ ରୁ 4ଲକ୍ଷ ଟଙ୍କା ଆର୍ଥିକ ସହାୟତା ଆବେଦନ ପ୍ରକ୍ରିୟା କୁ  ତ୍ୱରାନ୍ୱିତ କରିବାକୁ ଅବଗତ କରାଇ ଶ୍ରୀ ବସ୍ତିଆ ଙ୍କ ଅନାଥ ପିଲା ଛୁଆ ଙ୍କୁ ଶିକ୍ଷା କ୍ଷେତ୍ରରେ ମଧ୍ୟ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ l ଏବଂ କାର୍ଯ୍ୟରତ ସାମ୍ବାଦିକ ଙ୍କ  ସୁରକ୍ଷା ଆଈନ, ପେନସନ, ଏକ୍ରିଡିଏସନ ନିୟମ କୁ ପରିବର୍ତ୍ତନ ସହ ସରଳିକରଣ ଓ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ରାଶି କୁ ଦୁଇ ଲକ୍ଷ ରୁ ପାଞ୍ଚ ଲକ୍ଷ ଟଙ୍କା ବୃଦ୍ଧି କରି ସାମ୍ବାଦିକ ଙ୍କ ସମ୍ମାନ ରକ୍ଷା କରିବା କୁ ମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ l ମନ୍ତ୍ରୀ ଶ୍ରୀ ଅମାତ ମଧ୍ୟ ବୌଦ୍ଧ ଜ଼ିଲ୍ଲା ଶୁଣ୍ଢୀପଦାର ଗାଁ ର ସାମ୍ବାଦିକ ଶ୍ରୀ ବସ୍ତିଆ ଙ୍କ ପରିବାର କୁ ରାଜ୍ୟ ସରକାର ଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇବା ପାଇଁ ଗୁରୁତର ସହିତ ବହୁ ପୂର୍ବରୁ ଆଲୋଚନା କରିସାରିଛି ଓ ଏ ବିଷୟ ରେ ବୌଦ୍ଧ ଜ଼ିଲ୍ଲା ପ୍ରଶାସନ ଓ ସାମ୍ବାଦିକ ଙ୍କ ଠାରୁ ପୂର୍ଵ ରୁ ଅବଗତ ଅଛି ବୋଲି ସାମ୍ବାଦିକ ଙ୍କୁ କହି ଏ ପ୍ରସ୍ତାବ ଓ ସାମ୍ବାଦିକ ଙ୍କ ଏକତା କୁ ପ୍ରଶଂସା କରିଥିଲେ l ଏବଂ ବାକି ସବୁ ଦାବୀ କୁ ଇଏ ତ ରାଜ୍ୟ ସ୍ତରୀୟ ଇସ୍ୟୁ ଅଛି ଏବେ, ବର୍ତ୍ତମାନ ଏହା ଉପରେ ସରକାର ଙ୍କ ସହିତ ଓ ରାଜ୍ୟ ସ୍ତରୀୟ ବିଭିନ୍ନ ମିଡ଼ିଆ ସଂଗଠନ ସହିତ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି ବୋଲି କହିଥିଲେ l ମନ୍ତ୍ରୀ ଙ୍କୁ ଏଇ ସାକ୍ଷାତ କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ପ୍ରିଣ୍ଟ ମିଡ଼ିଆ କୋଡିନେଟର ମନୋରଞ୍ଜନ ତ୍ରିପାଠୀ, ସନ୍ତୋଷ ମିଶ୍ର ଓ ସାମ୍ବାଦିକ ମହାଦେବ ମଲ୍ଲିକ ଙ୍କ ସମେତ ବୌଦ୍ଧ କଣ୍ଟାମାଳ ବ୍ଲକ ର ଉଗ୍ରେସନ କର୍ମୀ ଓ ତରଣୀ ମେହେର ଯୋଗ ଦେଇଥିଲେ l 

ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS