BREAKING
Loading...
:

ତହସିଲ୍ ଘେରିବାକୁ ପ୍ରସ୍ତୁତି ବୈଠକ

 


ତହସିଲ୍  ଘେରିବାକୁ ପ୍ରସ୍ତୁତି ବୈଠକ 

ସୁବର୍ଣ୍ଣପୁର,,( ମଣିଭଦ୍ରା ଖବର,)ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ବୌଦ୍ଧ ଜିଲ୍ଲା ରେ ଶହ ଶହ ଭୂମି ହୀନ ଏବଂ ଡିହ ହୀନ ଥିବା ବେଳେ ପ୍ରାୟ ଶତାଧିକ ପାଣ - ଗଣ୍ଡା ସାହିକୁ ସରକାରୀ ରାସ୍ତା ନାହିଁ । ଏହି ପରିପ୍ରେକ୍ଷୀରେ ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ହରଭଙ୍ଗା ବ୍ଲକ ଆଠ  ନମ୍ବର ଜୋନ୍ ର ଆଠ ଗୋଟି ପଂଚାୟତ ର ଭୂମି ହୀନ ମାନଙ୍କୁ ନେଇ ପୁରୁଣା କଟକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଗତକାଲି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଗଠନ ର ବରିଷ୍ଠ ଜିଲ୍ଲା ଉପ ସଭାପତି ରୋହିତ କହଁର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ସମାଜ ର ସାମାଜିକ ଏକତା , ସାମ୍ବିଧାନିକ ଅଧିକାର , ନାଗରିକ ଅଧିକାର , ଦଳିତ ଅଧିକାର ତଥା ମାନବିକ ଅଧିକାର ଉପରେ ଆଲୋକପାତ କରିଥିଲେ । ଭୂମି ହୀନ ମାନଙ୍କୁ ସରକାରଙ୍କ " ମୋ ଜମି , ମୋ ଡ଼ିହ "  ଯୋଜନାରୁ ଦୁଇ ଏକର ଚାଷ ଜମି ,  ଦଶ ଡିସିମିଲ ଘର ଡିହ ଏବଂ ସମସ୍ତ ଦଳିତ ବସ୍ତିକୁ ସରକାରୀ ରାସ୍ତା ପାଇଁ ଜମି ପ୍ରଦାନ ଆଦି ତିନି ଦଫା ଦାବୀରେ ଆସନ୍ତା ମାସ ୧୦ ତାରିଖ ଶୁକ୍ରବାର ଦିନ ହରଭଙ୍ଗା ତହସିଲ୍ କାର୍ଯ୍ୟାଳୟ ଘେରାଉ ଏବଂ  ଚାରି ଦଫା ସମ୍ବଳିତ ଦାବୀ ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିବା ସହିତ ନିଜର ହକ୍ ଏବଂ ଅଧିକାର ପାଇଁ ଶେଷ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା  କାର୍ଯ୍ଯକାରିଣୀ ସଦସ୍ୟା ସେବତୀ ବେହେରା , ପୁରୁଣା କଟକ ପଂଚାୟତ ସଭାପତି ଉପେନ୍ଦ୍ର କହଁର , କୋଷାଧ୍ୟକ୍ଷ କାର୍ତ୍ତିକ କହଁର , ପିତାମ୍ବରପୁର ପଂଚାୟତ ବ୍ଲକ୍ ସଂଯୋଜକ ମକୁନ୍ଦ କହଁର , ସଂଗଠନ ସମ୍ପାଦକ ସୁଜିତ୍ କହଁର , ଲୁଣିବାହାଲ ପଂଚାୟତ ସଭାପତି ଶେଷଦେବ ବେହେରା , ତିଲେଶ୍ୱର ପଂଚାୟତ ସଭାପତି ସାରଙ୍ଗଧର କହଁର , କୋଷାଧ୍ୟକ୍ଷ ରାଜନ ବେହେରା , ଧଳପୁର ପଂଚାୟତ ସଭାପତି ମାଧବ ନାୟକ , ସଂଗଠନ ସମ୍ପାଦକ କୃପା ନାଏକ , ରାମଗଡ଼ ପଂଚାୟତ ବ୍ଲକ୍ ସଂଯୋଜକ ଖଗେଶ୍ବର ଜଗଦଲା , ସଂପାଦକ ଶଙ୍କର ତାଣ୍ଡିଆ , ସଂଗଠନ ସମ୍ପାଦକ ତ୍ରିଭଙ୍ଗ ବେହେରା , ବାଣୀଭୂଷଣପୁର ପଂଚାୟତ ସଂପାଦକ ଭାଗ୍ୟବନ୍ତ ବେହେରା , ବରିଷ୍ଠ ସମାଜସେବୀ ଭୀମସେନ କହଁର , ତୁଳସୀ ବେହେରା , କୁଶ ବେହେରା , ଯୁବ ସମାଜସେବୀ ସୁବ୍ରତ କୁମାର ଜଗଦଲା , ରଞ୍ଜନ କୁମାର ବେହେରା , ସୌଭାଗ୍ୟ ରଞ୍ଜନ ଦେହୁରୀ , ଝରିଆ ନାଏକ ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ତଥା ମଥୁରା ପଂଚାୟତ ସରପଞ୍ଚ ପ୍ରଦୀପ କୁମାର କହଁର ଧନ୍ୟବାଦ ଅର୍ପଣ କରିଥିଲେ । 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS