ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ୯୪ତମ ଶ୍ରାଦ୍ଧ ଦିବସରେ ବୌଦ୍ଧ ସମାଜ ପରିବାର ପକ୍ଷରୁ ପ୍ରତିମୂତ୍ତିରେ ମାଲ୍ୟାର୍ପଣ l
ଗୋପବନ୍ଧୁ ଛକରେ ସ୍ଥାପିତ ହେବ ପୁର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ସମାଜର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୯୪ତମ ଶ୍ରାଦ୍ଧଦିବସକୁ ସମଗ୍ର ରାଜ୍ୟରେ ସେବା ସପ୍ତାହ ଭାବରେ ପାଳନ କରାଯାଉଥିବାବେଳେ ପ୍ରଥମ ଦିବସରେ ବୌଦ୍ଧ ସମାଜ ପରିବାର ପକ୍ଷରୁ ବୌଦ୍ଧ ଗୋପବନ୍ଧୁ ଛକସ୍ଥିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ଏହି ଅବସରରେ ଅତିଥି ଭାବରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଇ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଏଠାରେ ଗୋପବନ୍ଧୁଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ତୁରନ୍ତ ସ୍ଥାପନ କରାଯିବ ବୋଲି ପ୍ରକାଶ କରିଥିଲେ । ଦୀର୍ଘ ବର୍ଷରୁ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପକ୍ଷରୁ ଏହି ଦାବି ଉପସ୍ଥାପନ କରାଯାଉଥିବାବେଳେ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇ ଆସନ୍ତା ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଗୋପବନ୍ଧୁଙ୍କ ପୂର୍ଣ୍ଣ ଅବୟବ ମୂର୍ତ୍ତି ଉନ୍ମୋଚନ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀମିଶ୍ର ପ୍ରକାଶ କରିଥିଲେ । ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଓକିଲ ସଂଘ ସଭାପତି ତାରେଣି ମହାପାତ୍ର, ବୌଦ୍ଧ ବଣିକ ସଂଘ ସଭାପତି ସୁବାଶ ଚନ୍ଦ୍ର ସାହୁ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହ,ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ,ବୌଦ୍ଧ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର,ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ରାଉତ,ସମ୍ପଦ କୁମାର ଅଗ୍ରୱାଲା,ପତଞ୍ଜଳି ଯୋଗ ସମିତିର ଜିଲ୍ଲା ସଭାପତି ଦେବାଶିଷ ପୁରୋହିତ, ଓଡ଼ିଶା ବ୍ରାହ୍ମଣ ମହାସଭାର ଜୋନାଲ ସମ୍ପାଦକ ଅନ୍ତର୍ଯ୍ୟାମି ତ୍ରିପାଠୀ, ପ୍ରମୋଦ କୁମାର ପ୍ରଧାନ,ସଜ୍ଜନ କୁମାର ଅଗ୍ରୱାଲା,ଧବଳେଶ୍ୱର ମହାପାତ୍ର,ରବିନ୍ଦ୍ର କୁମାର ପଟ୍ଟନାୟକ,ଷଷ୍ଠ କୁମାର ପୁରୋହିତ ଓ ଅକ୍ଷୟ କୁମାର ମହାକୁଳ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସମାଜ ପ୍ରତିନିଧି ଶଶାଙ୍କ ଶେଖର ମିଶ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment