BREAKING
Loading...
:

କୁଷ୍ଠ ରୋଗୀ ଙ୍କ ଶବ ସଂସ୍କାର କରି କୁଷ୍ଠ ସାଥି ର ପ୍ରକୃତ ପରିଚୟ ସୃଷ୍ଟି କଲେ ସମାଜସେବୀ ତଥା ସ୍ୱଚ୍ଛ ସାଥି ବୃନ୍ଦାବନ ରଥ

 କୁଷ୍ଠ ରୋଗୀ ଙ୍କ ଶବ ସଂସ୍କାର କରି କୁଷ୍ଠ ସାଥି ର ପ୍ରକୃତ ପରିଚୟ ସୃଷ୍ଟି କଲେ ସମାଜସେବୀ ତଥା ସ୍ୱଚ୍ଛ ସାଥି ବୃନ୍ଦାବନ ରଥ 

 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଆଜି ସୁବର୍ଣ୍ଣପୁର କୁଷ୍ଠ ସେବା ଶ୍ରମ ର ରୋଗୀ ବିଚିତ୍ର ପଧାନ ଙ୍କ ପରଲୋକ ଘଟିଯାଇଛି l ଏ ଖବର ପରେ ସେବା ଶ୍ରମ ର ସମସ୍ତ ସଦସ୍ୟ ଙ୍କ ସମେତ କୁଷ୍ଠ ସାଥି ତଥା ସେବା ଶ୍ରମ ର ସେବକ ବୃନ୍ଦାବନ ରଥ ଙ୍କ ସମେତ ସ୍ୱଚ୍ଛ ଭାରତ ସଂଗଠନ ର କର୍ମକର୍ତ୍ତା ଗଭୀର ଶୋକ ପ୍ରକାଶ କରି ସ୍ବର୍ଗୀୟ ଆତ୍ମା ର ସଦଗତି କାମନା କରିଛନ୍ତି l ଏବଂ ସମାଜସେବୀ ଶ୍ରୀ ରଥ ମୃତ ରୋଗୀ ର ଶବ ସଂସ୍କାର କାର୍ଯ୍ୟ ରେ ପୂର୍ଣ୍ଣ ସହଯୋଗ କରି ଜଣେ କୁଷ୍ଠ ସାଥି ର ପରିଚୟ ସୃଷ୍ଟି କରିବା ସହିତ ମହାତ୍ମା ଗାନ୍ଧୀ ଙ୍କ ସ୍ବପ୍ନ ଓ ପରିକଳ୍ପନା କୁ ବାସ୍ତବ ରୂପ ଦେଇଛନ୍ତି l ଶ୍ରୀ ରଥ ଦୀର୍ଘ ବର୍ଷ ରୁ ଶ୍ରୀ ସତ୍ୟସାଇ ସମିତି ଓ ସ୍ୱଚ୍ଛ ଭାରତ ସଂଗଠନ ର ଜଣେ ବରିଷ୍ଠ ସଦସ୍ୟ ଭାବେ ଅନେକ ଗଠନ ମୂଳକ କାର୍ଯ୍ୟକ୍ରମ ରେ ନିଜ କୁ ସମର୍ପିତ କରିଥିବା ଯୋଗୁଁ ସହର ର  ସ୍ୱଚ୍ଛ ଭାରତ ସଂଗଠନ ଓ ବୁଦ୍ଧିଜୀବୀ ଶ୍ରୀ ରଥ ଙ୍କୁ ପ୍ରଶଂସା କରନ୍ତି l ଶ୍ରୀ ରଥ ଗତ ଦୁଇ ମାସ ଆଗରୁ ମଧ୍ୟ ଏ ଆଶ୍ରମ ର ଆଉ ଜଣେ ମୃତ ରୋଗୀ ର ଶବ ସଂସ୍କାର କରି ସବୁ ମହଲ ରେ ଚର୍ଚ୍ଚିତ ପ୍ରଶଂସିତ ହୋଇ ଥିଲେ l ଶ୍ରୀ ରଥ ଙ୍କ ଏଇ ପ୍ରୟାସ ଓ ମହତ କାର୍ଯ୍ୟ ଆଗାମୀ ଯୁବ ପିଢୀ ଙ୍କୁ  ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ l 



ରିପୋର୍ଟ ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS