BREAKING
Loading...
:

ମିଳିତ ଶିକ୍ଷକ ସଂଘର ମାସିକ ବୈଠକ

 ମିଳିତ ଶିକ୍ଷକ ସଂଘର ମାସିକ ବୈଠକ 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର )ମିଳିତ ପ୍ରାଥମିକ ଶିକ୍ଷକ ସଂଘ,ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର ମାସିକ ବୈଠକ ପଲସାଗୋରା ହାଇସ୍କୁଲ ଠାରେ ସଭାପତି ନୀଳାଚଳ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଙ୍ଗଠନିକ ଆଲୋଚନା କରିବା ସହ ସଂଘର କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସଂପାଦକ ରଂଜୁ ଅମାତ ଆଗାମୀ ସମୟର କାର୍ଯ୍ୟକ୍ରମ ଉପରେ ଉପସ୍ଥାପନ କରିଥିଲେ  ଏବଂ ଆସନ୍ତା ୧୬ ତାରିଖ ପୁରୁଣା ପେନସନ ଓ ୨୮୦୦ ଗ୍ରେଡ ପେ ଦାବୀ ରେ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଙ୍କ ଉଦେଶ୍ୟରେ ପ୍ରଦାନ କରିବା ସହ ଏକ ହଜାର ଶିକ୍ଷକଙ୍କୁ ନେଇ ଏକ ବିଶାଳ ରାଲି ମଧ୍ୟ କରିବାର ପ୍ରସ୍ତାବ ଗୃହରେ ଗୃହୀତ ହୋଇଥିଲା ।ସାଧାରଣ ସଂପାଦକ ଶିଶିର ଖଟୁଆ ସଙ୍ଗଠନକୁ ସୁଦୃଢ଼ କରିବାକୁ ସବୁ ଶିକ୍ଷକଙ୍କୁ ଗୋଟିଏ ଛାତ ତଳେ ରଖିବା ପାଇଁ ସମସ୍ତଙ୍କ ସହଯୋଗ ର ଆବଶ୍ୟକତା କଥା ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଉପଦେଷ୍ଟା ଲୋକନାଥ ପାଢ଼ୀ, ଉପସଭାପତି ଅନିତା ମେହେର,ଯୁଗ୍ମ ସଂପାଦିକା ପ୍ରବିନା ପାଢ଼ୀ,ଶୁକଦେଵ ମହାଳିକ, ମଞ୍ଚାସିନ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ବିଶ୍ଵାମିତ୍ର କଅଁର  କାର୍ଯ୍ୟକାରିଣୀ ସଦସ୍ୟ ନିରାକାର ସାହୁ,କେଶବ ପ୍ରଧାନ,ମଦନ ବେହେରା,ସତ୍ୟ ରଣା,ଶଶାଙ୍କ ପୋଢ଼,ହୃଦାନନ୍ଦ ଦନ୍ତା, ରୂପାସିଂହ ଖେତୀ,

ମାନଭଞ୍ଜନ କର୍ମୀ,ରାଜେଶ ନାଏକ,ବିଜୟ ମାଝୀ,ଦେବାନନ୍ଦ ବେହେରା,ଆନନ୍ଦ ପରମ ଗୁରୁ,ରଣଜିତ ରଣା,ଯୁଧିଷ୍ଠିର କଅଁ ର,ପ୍ରେମଲାଲ ମହାନ୍ତି ,ସୁରେନ୍ଦ୍ର କମ୍ପ,ପ୍ରମୁଖ କାର୍ଯ୍ୟକତ୍ତା ଯୋଗଦେଇଥିଲେ । ଶେଷରେ ଦେବାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS