BREAKING
Loading...
:

ବୌଦ୍ଧ ରଥଯାତ୍ରା ପାଇଁ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 , ବୌଦ୍ଧ ରଥଯାତ୍ରା ପାଇଁ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 




ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଆଜି ବୌଦ୍ଧ .ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା ଙ୍କ ଅଧ୍ୟକ୍ଷତା ରେ ଏବଂ ତାଙ୍କ ଅଫିସ ପ୍ରକୋଷ୍ଟ ରେ ରଥଯାତ୍ରା ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ସଭା ଆରମ୍ଭ ରେ ଉପ -ଜ଼ିଲ୍ଲାପାଳ ତଥା -କାର୍ଯ୍ୟ ନିର୍ବାହୀ ଅଧିକାରୀ, ଦେବୋତ୍ତର, ବୌଦ୍ଧ ଶ୍ରୀଯୁକ୍ତ ସନତ କୁମାର ନାୟକ ସମସ୍ତଙ୍କୁ ସ୍ୱାଗତ କରିଥିଲେ l ଏହି ବୈଠକ ରେ ରଥ ମରାମତି,ଦେବ ସ୍ନାନ ପୂର୍ଣ୍ଣିମା ଓ ନେତ୍ରୋ ତ୍ସବ ନୀତି କାନ୍ତି ଅନୁସାରେ କରାଯିବାକୁ ବୈଠକ ରେ ସ୍ଥିର କରାଗଲା l ଏଥି ସହିତ ଠାକୁର ଙ୍କ ଅଳଙ୍କାର ମରାମତି, ବଡ଼ ଦାଣ୍ଡ ଓ ମାଉସୀ ମା ମନ୍ଦିର ମରାମତି, ଅଗ୍ନିଶମ ସଂସ୍ଥା ର ଦାୟିତ୍ୱ, ଯାନ ବାହାନ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା, ମିନା ବଜାର ନିଲାମ, ଜନ ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଜରୁରୀ ଚିକିତ୍ସା, ସୂଚନା ଓ ପ୍ରସାର, ଆଲୋକ ବ୍ୟବସ୍ଥା     ଆଦି ବିଷୟରେ ଆଲୋଚନା କରାଯାଇଥିଲା l ଏଥି ସହିତ ରଥଯାତ୍ରା ପୂର୍ବରୁ ବଡ଼ ଦାଣ୍ଡର ସଫେଇ କାର୍ଯ୍ୟ, ରଥ ଖଳl ର ସଫେଇ କାର୍ଯ୍ୟ, ମାଉସୀ ମା ମନ୍ଦିର ସଫେଇ କାର୍ଯ୍ୟ ନିର୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ବୈଠକ ରେ ସ୍ଥିର କରାଗଲା l ରଥଯାତ୍ରା କୁ ସଫଳ କରିବା ପାଇଁ ପରିଚାଳନା କମିଟି ର ସଦସ୍ୟ ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା l ଏଥିସହିତ ଅଧିକ ପୋଲିସ ଫୋର୍ସ ମୁତୟନ, ହରିଗୁଡ଼ି  ରଥ ରେ ମହିଳା ପୋଲିସ ମୁତୟନ, କର୍ଡନ ର ବ୍ୟବସ୍ଥା କରାଯିବାକୁ ବୈଠକ ରେ ସ୍ଥିର କରାଗଲା l ଏହି ବୈଠକ ରେ ଏନ. ଏ ସି ଚେୟାରମ୍ୟାନ ମୃତ୍ୟୁଞ୍ଜୟ ମିଶ୍ର, ସଭାପତି, ମନ୍ଦିର ପରିଚାଳନା କମିଟି ରଘୁନାଥ ଷଡ଼ଙ୍ଗୀ, ସମ୍ପାଦକ ବିଶ୍ୱଜିତ ମିଶ୍ର, ସଭାପତି, ବ୍ରାହ୍ମଣ ସମାଜ ଗୁରୁ ପ୍ରସାଦ ଦାଶ, ସଭ୍ୟ, ବ୍ରାହ୍ମଣ ସମାଜ ସୂର୍ଯ୍ୟନାରାୟଣ ପଣ୍ଡା, ବିଜୟ କୁମାର ମିଶ୍ର, ବିଶ୍ୱଜିତ ପଟ୍ଟନାୟକ, ଅସୀମ କୁମାର ମିଶ୍ର, ସାମ୍ବାଦିକ ସଂଜୀବ କୁମାର ମହାକୁଡ଼, ଏସ ଡି  ଓ, ପି ଏଚ ଇ ଡି, ଶ୍ରୀଯୁକ୍ତ ବି. ଦାଶ, ସହକାରୀ ଅଗ୍ନିଶମ ଅଧିକାରୀ ଜିତେନ୍ଦ୍ର କୁମାର ଦାଶ, ସବ. ଇନ୍ସପେକ୍ଟର ରାମ ଶୁଭ୍ରମଣ୍ୟମ ପ୍ରଧାନ, ଏନ ଏ ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଇଂ. ମନୋରଞ୍ଜନ ପଣ୍ଡା,ବରିଷ୍ଠ ସହାୟକ ସର୍ବେଶ୍ୱର ଦାନୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ l 


ରିପୋର୍ଟ ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର




Post a Comment

Previous Post Next Post
Header ADS