BREAKING
Loading...
:

ଟ୍ରକ ଚକ ଫାଟି ମାଡି ଯିବାରୁ ଯୁବକ ମୃତ, ମାଉସୀ ପୁଅ ଭାଇ ଗୁରୁତର

 ମୃତ୍ୟୁ ଏପରି ଆସେ

ଟ୍ରକ ଚକ ଫାଟି ମାଡି ଯିବାରୁ ଯୁବକ ମୃତ,

ମାଉସୀ ପୁଅ ଭାଇ ଗୁରୁତର 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ମୃତ୍ୟୁ ଯେ କେତେବେଳେ କିଭଳି ଆସିବ କଳନା କରିବା ଅସମ୍ଭବ । ଟ୍ରକ ଛକ ଫାଟି ଦୁଇ ଯୁବକଙ୍କ ଉପରେ ମାଡି ଯିବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଘଟଣାରେ ଅଭିନବ ଗୁରୁ(୧୮)ଙ୍କ ମୃତ୍ୟୁ ହୋଇଥିବା ବେଳେ ମାଉସୀ ପୁଅ ରଶ୍ମିରଞ୍ଜନ ମିଶ୍ର (୧୯) ଗୁରୁତର ହୋଇ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି । ଏନେଇ ରଶ୍ମିରଞ୍ଜନଙ୍କ ସାନଭାଇ ପ୍ରଦ୍ୟୁମ୍ନ କୁମାର ମିଶ୍ର ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ  ସୋନପୁର ଟିକିରିପଡା ନିବାସୀ ସତ୍ୟବାନ ମିଶ୍ରଙ୍କ ପୁଅ ରଶ୍ମିରଞ୍ଜନ ମିଶ୍ର ଏବଂ ଅଭିନବ ଗୁରୁଙ୍କୁ ବଲାଙ୍ଗିର ଖୋର୍ଦ୍ଧା ଜାତୀୟ ରାଜପଥ କୁଲିପାଲି ଛକ ନିକଟରେ ଟ୍ରକଟି ଧକ୍କା ଦେଇଥିଲା । ବଲାଙ୍ଗିର ପଟୁ ଆସୁଥିବା ଓଆର୍ ୦୩ ସି ୩୨୨୫ ନମ୍ବର ବିଶିଷ୍ଟ ଟ୍ରକର ଛକ ଫାଟି ଯିବାରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଉଭୟେ ପରିସ୍ରା ସାରି ଏକ ସ୍କୁଟି ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ବେଳେ ଉଭୟଙ୍କ ଦେହରେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ଟି ମାଡ ହୋଇଥିଲେ । ଉଭୟେ ରାସ୍ତାରେ ଛିଟିକି ପଡି ଗୁରୁତର ହୋଇ ଯାଇଥିଲେ । ଉଭୟଙ୍କୁ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ଅଭିନବଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ରଶ୍ମିରଞ୍ଜନଙ୍କ ମୁଣ୍ଡରେ ଆଘାତ ଲାଗି ଗୁରୁତର ହୋଇ ଥିବାରୁ ଜିଲ୍ଲା ଡାକ୍ତରଖାନାରୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଉଭୟ ଯୁବକ ସୋନପୁରର ଜଣାଶୁଣା କ୍ୟାମେରାମ୍ୟାନ ହୋଇଥିବାରୁ ଏହି ଖବର ପ୍ରଚାରିତ ହେବା ପରେ ଡାକ୍ତରଖାନାରେ ପ୍ରବଳ ଗହଳି ଲାଗିଥିଲା । ସଂପର୍କୀୟଙ୍କ କାନ୍ଦ ବୋବାଳିରେ ଫାଟି ପଡୁଥିଲା ଡାକ୍ତରଖାନା ପରିସର । ତେବେ ବୁଧବାର ସକାଳୁ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି । 

ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS