BREAKING
Loading...
:

ପ୍ରେମ ବିବାହ କରିଥିଲେ ବୋଲି ଛୁଇଁଲେନି ଜ୍ଞାତି କୁଟୁମ୍ଭ କି ବନ୍ଧୁ ବାନ୍ଧବ, ୨୪ଘଣ୍ଟାଧରି ପଡ଼ିରହିଲା ଶବ

ପ୍ରେମ ବିବାହ କରିଥିଲେ ବୋଲି 

 ଛୁଇଁଲେନି ଜ୍ଞାତି କୁଟୁମ୍ଭ କି ବନ୍ଧୁ ବାନ୍ଧବ, ୨୪ଘଣ୍ଟାଧରି ପଡ଼ିରହିଲା  ଶବ 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର )ଆଧୁନିକ ସମାଜର ମଣିଷ ଚନ୍ଦ୍ର ପୃଷ୍ଠ ଓ ମଙ୍ଗଳଗ୍ରହରେ ବାସ କରିବାକୁ ନିରନ୍ତର ପ୍ରୟାସ ଜାରୀ ରଖିଥିବା ବେଳେ ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଯୋଗୁଁ ଜାତି ପ୍ରଥାକୁ ଭିତ୍ତିକରି ବହୁବର୍ଷ ତଳେ ପ୍ରେମ ବିବାହ କରି ମୃତ୍ୟୁ ବରଣ କରିଥିବା ଜ୍ୱାଇଁଙ୍କ ଅନ୍ତିମ ସଂସ୍କାର ପାଇଁ ବନ୍ଧୁ ବାନ୍ଧବ ଜ୍ଞାତି କୁଟୁମ୍ଭ କିମ୍ବା ଗାଁ ଲୋକେ କେହି ପାଖ ନମାଡିବାରୁ ଦୀର୍ଘ ୨୪ଘଣ୍ଟାଧରି ଘରେ ପଡିରହିବା ସହ ନିଃସହାୟ ପତ୍ନୀ କପାଳକୁ ଆଦରି ସ୍ୱାମୀର ମୃତଦେହକୁ ଏକାକୀ ଜଗି ରହିଥିବା ଭଳି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଭଲିଆଗୋରା ଗ୍ରାମରେ।ପ୍ରାପ୍ତ ସୂଚନା ମତେ ମଧ୍ୟପ୍ରଦେଶ ରାଜ୍ୟର ଗୋବର୍ଦ୍ଧନ ପ୍ରଜାପତି ନାମକ ଜଣେ ଯୁବକ ଏବଂ ଭଲିଆଗୋରା ଗ୍ରାମର ସୁକାନ୍ତି ରଣା ନାମ୍ନୀ ଜଣେ ଯୁବତୀ ପରସ୍ପରକୁ ଭଲପାଇ  ୧୦ବର୍ଷ ତଳେ  ପ୍ରେମ ବିବାହ କରିଥିଲେ। ସେମାନେ ଉଭୟ କଥାକଥିତ ଭିନ୍ନ ଜାତିର  ହୋଇଥିବାରୁ  ଜାତି ସମାଜରୁ ବାସନ୍ଦ ହୋଇ  ମୂଲ ମଜୁରୀ କରି ଯାହା ଦି ପଇସା ରୋଜଗାର କରୁଥିଲେ ହସ ଖୁସିରେ ଏକାଠି ଜୀବନ ଅତିବାହିତ କରିଆସୁଥିଲେ।ଗତ ଶନିବାର ଦିନ ଗୋବର୍ଦ୍ଧନ ଙ୍କର ଦେହ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ପତ୍ନୀ ବୌଦ୍ଧ ଡାକ୍ତରଖାନାକୁ ନେଉଥିଲେ।ତେବେ ଦୁର୍ଭାଗ୍ୟକୁ ବାଟରେ ତାଙ୍କର ମୃତ୍ୟୁ ଘଟିବାରୁ ସୁକାନ୍ତି ସ୍ୱାମୀଙ୍କର ମୃତଦେହକୁ ଘରକୁ ଫେରାଇ ଆଣି ତାଙ୍କର ଅନ୍ତିମ ସଂସ୍କାର ପାଇଁ ସମସ୍ତଙ୍କୁ ନେହୁରା ହୋଇଥିଲେ। ମାତ୍ର ଜାତି ସମାଜର କଠୋର ନୀତି ନିୟମ ଆଗରେ ତାଙ୍କର ହୃଦୟ ବିଦାରକ ଦୁଃଖ କାଟୁ କରିନଥିଲା।




ତାଙ୍କର ଏହି ବିଷମ ପରିସ୍ଥିତିରେ ପରିବାର, ଜ୍ଞାତି କୁଟୁମ୍ଭ ପ୍ରିୟଜନ କିମ୍ବା ଗାଁ ଲୋକ କେହିବି ତାଙ୍କର ପାଖ ମାଡିନଥିଲେ।ଫଳରେ ଅସହାୟ ହୋଇ ସୁକାନ୍ତି ଅନ୍ତିମ ସଂସ୍କାର କରିବାକୁ ଅସମର୍ଥ ହୋଇ ଶନିବାର ରାତିସାରା ଓ ରବିବାର ଦିନ ତମାମ   ସ୍ୱାମୀଙ୍କ ମୃତଦେହକୁ    ଏକାକି ଜଗିରହିଥିଲେ।ଏ ଖବର ଜାଣିବା ପରେ ଛତ୍ରଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଶୀଲ ପ୍ରଧାନ ସ୍ଥାନୀୟ ହରଭଙ୍ଗା ପୋଲିସର ଦ୍ରୁଷ୍ଟି ଆକର୍ଷଣ କରିବାରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ମୃତଦେହକୁ ବୌଦ୍ଧ ନେଇ ବ୍ୟବଚ୍ଛେଦ କରାଇଥିଲେ ।ଏହି ସମ୍ବେଦନଶୀଳ ଘଟଣା ଜାଣିବା ପରେ ବୌଦ୍ଧ ବୁଟୁପାଲି ସତ୍ୟସାଇ ସେବା  ନାମକ ଏକ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ ମାନେ ସହାୟତାର ହାତ ବଢ଼ାଇବାକୁ ଆଗେଇ ଆସି ମୃତଦେହକୁ ବୌଦ୍ଧ ରାଜଘାଟକୁ ନେଇ ଦାହ ସଂସ୍କାର କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। 

ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS