BREAKING
Loading...
:

ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସୀମା ସୁରକ୍ଷା ବାହିନୀ ଜବାନଙ୍କ ଶେଷକୃତ୍ୟ ସମ୍ପନ୍ନ

 ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସୀମା ସୁରକ୍ଷା ବାହିନୀ ଜବାନଙ୍କ ଶେଷକୃତ୍ୟ ସମ୍ପନ୍ନ 



ମଣିଭଦ୍ରା ଖବର (ଦେବୀ ପ୍ରସାଦ ଦାଶ) ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସୀମା ସୁରକ୍ଷା ବାହିନୀର ଜବାନ ବୈଠକ ନାଥ ପ୍ରଧାନଙ୍କ ଶେଷକୃତ୍ୟ ହୋଇଥିବା ଜଣାପଡିଛି । ସେ ତ୍ରିପୁରାରେ ସୀମା ସୁରକ୍ଷା ବାହିନୀ ଅତିରିକ୍ତ ଉପ ନୀରିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଗତ କିଛି ଦିନ ହେବ ହୃଦରୋଗରେ ସେ ପୀଡ଼ିତ ଥିଲେ । କାର୍ଯ୍ୟରତ ଅବସ୍ଥାରେ ସେ ଚିକିତ୍ସିତ ହେଉଥିଲେ । ତାଙ୍କର ଦେହାନ୍ତ ପରେ ତାଙ୍କ ମର ଶରୀରକୁ ନିଜ ପୈତୃକ ଗ୍ରାମ କୁଞ୍ଜବନକୁ ଅଣାଯାଇଥିଲା । ସେଠାରେ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ତୋପ ସଲାମୀ ପରେ ତାଙ୍କର ଏକମାତ୍ର ପୁଅ ବିରୁପାକ୍ଷ ପ୍ରଧାନ ମୁଖାଗ୍ନି ଦେଇଥିଲେ । ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ,ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ଥାନା ନିରିକ୍ଷକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । 



ଦେବୀ ପ୍ରସାଦ ଦାଶ, ମଣିଭଦ୍ରା ଖବର




Post a Comment

Previous Post Next Post
Header ADS