ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଓ ନୂତନ ପରିଚାଳନା କମିଟି ଗଠିତ
ଗଣିଆ ୧୫/୦୬(ମଣିଭଦ୍ରା ଖବର) ଗଣିଆ ଜଗନ୍ନାଥ ମନ୍ଦିର ପରିସରରେ ବୁଧବାର ସନ୍ଧ୍ୟାରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପ୍ରାଣକୃଷ୍ଣ ସାହୁ, ଉଦ୍ୟନାଥ ସାହୁ, ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ,ପ୍ରଭାତ କୁମାର ଦାଶ, ବ୍ରଜକିଶୋର ସାହୁ, ଆନନ୍ଦ ଚନ୍ଦ୍ର ବେହେରା, ସାମାଜିକ କର୍ମୀ ପଙ୍କଜ କୁମାର ସାହୁଙ୍କ ସମେତ ଗ୍ରାମର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଦୁଇ ବର୍ଷ ଧରି କରୋନା ଯୋଗୁଁ ରଥଯାତ୍ରା ବନ୍ଦ ଥିବା ବେଳେ ଚଳିତ ବର୍ଷ ଏହି ଯାତ୍ରା ଆଡ଼ମ୍ବରରେ ପାଳନ କରିବା ପାଇଁ ସ୍ଥିର କରାଯାଇଥିଲା । ରଥ ନିର୍ମାଣ କାର୍ଯ୍ୟ ଖୁବଶିଘ୍ର ଶେଷ କରିବାକୁ ନିଷ୍ପତ୍ତି ହୋଇଥିଲା । ରଥଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟସୂଚୀ ସ୍ଥିର କରାଯାଇଥିଲା । ଚଳିତ ବର୍ଷ ପ୍ରଥମଥର ପାଇଁ ନୂତନ ମନ୍ଦିରକୁ ପ୍ରଭୁ ବିଜେ କରି ଥିବାରୁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପରିଶେଷରେ ନୂତନ ପରିଚାଳନା କମିଟି ଗଠନ କରାଯାଇଥିଲା । ମନ୍ଦିରର ନୂତନ ଟ୍ରଷ୍ଟି ଭାବେ ଅକ୍ଷୟ କୁମାର ସାହୁଙ୍କୁ ଚୟନ କରାଯାଇଥିବା ବେଳେ ସମ୍ପାଦକ ଭାବେ ସୁନିଲ କୁମାର ସାହୁ, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବେହେରା,ଉପ ସଭାପତି ପ୍ରଭାତ କୁମାର ଦାଶ, ସାଂସ୍କୃତିକ ସମ୍ପାଦକ ଦେବୀ ପ୍ରସାଦ ଦାଶ ସଭ୍ୟ ଭାବେ ଫକୀର ମୋହନ ଡାକୁଆ, ଗିରିଧାରୀ ସେଠୀ, ବିଶ୍ବରଂଜନ ସେଠୀ, ଚିତ୍ତରଞ୍ଜନ ସାହୁ,ବ୍ରଜ କିଶୋର ସାହୁ, ଉଦ୍ୟନାଥ ସାହୁ, ସନ୍ତୋଷ କୁମାର ବେହେରା,ସାନୁଜରାମ ମିଶ୍ର,ବେଡା ଅମାୟନ୍ତଙ୍କୁ ମନୋନୀତ କରାଯାଇଥିଲା । ସେହିପରି ଉପଦେଷ୍ଟା ଭାବେ ରାମଚନ୍ଦ୍ର ଦାଶ, ପ୍ରାଣକୃଷ୍ଣ ସାହୁ, ପଙ୍କଜ କୁମାର ସାହୁ, ଆନନ୍ଦ ଚନ୍ଦ୍ର ବେହେରା,ଭରତ ଚନ୍ଦ୍ର ସାହୁଙ୍କୁ ଚୟନ କରାଯାଇଥିଲା । ନୂତନ ପରିଚାଳନା କମିଟିକୁ ସ୍ବାଗତ କରାଯିବା ସହିତ ଚଳିତ ବର୍ଷ ରଥଯାତ୍ରାରେ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ନୂତନ ଟ୍ରଷ୍ଟି ସମସ୍ତଙ୍କୁ ଅନୁରୋଧ କରିଥିଲେ । ରଥଯାତ୍ରା ପାଇଁ ସଦସ୍ୟ ମାନଙ୍କୁ ବିଭିନ୍ନ ଦାୟିତ୍ଵ ବଣ୍ଟନ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment