BREAKING
Loading...
:

ନୟାଗଡ ଜିଲ୍ଲା ପାଠଚକ୍ର ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

 ନୟାଗଡ ଜିଲ୍ଲା ପାଠଚକ୍ର ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ


ଗଣିଆ ୧୨/୦୬(ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ପାଠଚକ୍ର ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ  ଶ୍ରୀ ଅରବିନ୍ଦ ଦିବ୍ୟଚେତନା ଆଶ୍ରମ, ରାଜସୁନାଖଳା  ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲା ଆବାହକ ସୁନିଲ କୁମାର ପୃଷ୍ଟି,ସନାତନ ଲେଙ୍କା,ଦିଲ୍ଲୀପ ମହାପାତ୍ର,କାଶିନାଥ ଦାସ,ଶରତ ଦାସ, ହରିହର ସାହୁଙ୍କ ସମେତ ନୟାଗଡ ଜିଲ୍ଲାର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଶିକ୍ଷକ ଅପା/ଭାଇ,ପାଠଚକ୍ର ଆବାହକ ଉପସ୍ଥିତ ଥିଲେ । ଏହି ବୈଠକରେ ଜିଲ୍ଲାର ବାର୍ଷିକ କାର୍ଯ୍ୟସୂଚୀ ସ୍ଥିର କରାଯାଇଥିଲା । ଆସନ୍ତା ଜୁଲାଇ ୧୭ ତାରିଖରେ ନୟାଗଡରେ ପାଠଚକ୍ର ସମ୍ମିଳନୀ ହେବା ପାଇଁ ସ୍ଥିର କରାଯାଇଥିଲା । ଦଶକର୍ମଧାରାର କାର୍ଯ୍ୟସୂଚୀ ମଧ୍ୟ ସ୍ଥିର କରାଯାଇଥିଲା । 


ସମସ୍ତ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ମାନେ ନିଜ ବିଦ୍ୟାଳୟର ସମସ୍ତ ତଥ୍ୟ ଜିଲ୍ଲା ଆବାହକ ଙ୍କ ପାଖରେ ଆସନ୍ତା ୨୫ ତାରିଖ ସୁଦ୍ଧା ଦାଖଲ କରିବେ । ଜିଲ୍ଲାର ବାର୍ଷିକ କାର୍ଯ୍ୟକ୍ରମରେ ସମସ୍ତେ ଯୋଗ ଦେଇ ସଂଗଠନକୁ ଆଗେଇ ନେବାକୁ ଜିଲ୍ଲା ଆବାହକ ଅନୁରୋଧ କରିଥିଲେ । ଶ୍ରୀଅରବିନ୍ଦଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ନୟାଗଡ ଜିଲ୍ଲାରେ ଦିବ୍ୟଚେତନା ଜାଗରଣ ଯାତ୍ରାର ଅଦ୍ଭୁତପୂର୍ବ ସଫଳତା ପାଇଁ ଜିଲ୍ଲା ଆବାହକ ଶ୍ରୀପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS