ବାଲାଜୀ ଗଣପତି ସୂତାକଳରେ ଶ୍ରମିକ ଅଶାନ୍ତି :ସର୍ବନିମ୍ନ ମଜୁରୀ ଦାବିକରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ସୁବର୍ଣ୍ଣପୁର ଜିଲ୍ଲାର ଏକ ମାତ୍ର ଶିଳ୍ପାନୁଷ୍ଠାନ ଭାବେ ସୋନପୁର ସୂତାକଳ ଦିର୍ଘଦିନହେଲା ଘରୋଇକରଣହୋଇ ହସ୍ତାନ୍ତର ହୋଇଥିଲା ବାଲାଜୀ ଗଣପତି ସୂତାକଳକୁ ହେଲେ ସେ ସମୟରେ ଥିବା ସମସ୍ତ ସର୍ତ୍ତକୁ ଜଳାଞ୍ଜଳି ଦେଇ କର୍ତ୍ତୃପକ୍ଷଙ୍କ ମନମାନି ଯୋଗୁଁ ଦୀର୍ଘ ଦିନପରେ ମଧ୍ୟ ସମାନକାମକୁ ସମାନ ଦରମା ପ୍ରଦାନ ନକରି ଏପରିକି ସରକାର ଙ୍କ ଘୋଷିତ ସର୍ବ ନିମ୍ନ ମଜୁରୀ ମଧ୍ୟ ପ୍ରଦାନ ନକରିବା କାରଣରୁ ସୂତାକଳରେ ଶ୍ରମିକ ଅଶାନ୍ତି ଦେଖାଦେଇଛି।ସୂତାକଳକୁ ପୂର୍ଣକ୍ଷମ କରାନଯାଇ ହାତଗଣତି କେତେକ ଶ୍ରମିକକୁ ନେଇ ଚାଳିଛି ଏହି ସୂତାକଳ । ପୂର୍ବରୁ ପ୍ରାୟ ୧୨୦୦ ଶ୍ରମିକ ଓ ୩୦୦ରୁ ଅଧିକ କର୍ମଚାରୀ ଏହି ସୂତାକଳରେ କାମ କରୁଥିବାବେଳେ ଏବେ ଏହି ସୂତାକଳ ରେ ମାତ୍ର ୨୫୦ ଜଣ ଶ୍ରମିକ ଓ କିଛି କର୍ମଚାରୀଙ୍କୁ ନେଇ ନାମକୁମାତ୍ର ଚାଲୁଥିବା ବେଳେ ଅନେକ ସମୟରେ ବିଭିନ୍ନ କାରଣ ନେଇ କଳବନ୍ଦ ରହୁଛି । ଏବେ ଏହି ସୁତାକଳକୁ ପୂର୍ଣ୍ଣକାର୍ଯ୍ୟକ୍ଷମ କରିବାକୁ ଦାବୀ ହେଉଥିବା ବେଳେ ଆଜି ବାଲାଜୀ ଗଣପତି ସୂତାକଳ ଶ୍ରମିକ ସଂଘ ପକ୍ଷରୁ ଶ୍ରମିକ ନେତା ତଥା ସଂଘର ଆଇନ ପରାମର୍ଶଦାତା ବଳଦେବ ପ୍ରସାଦ ବେଦବାକ ଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରି ତାଙ୍କର ବିଭିନ୍ନ ଦାବି ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ଶ୍ରମିକମାନେ ।ସୂତାକଳର ଶ୍ରମିକମାନେ ସୂତାକଳ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ।
ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବାସହିତ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।ସୂତାକଳକୁ ପୂର୍ଣ୍ଣକାର୍ଯ୍ୟକ୍ଷମ,ନିର୍ଦ୍ଧାରିତ ସର୍ବନିମ୍ନ ସରକାରୀ ମଜୁରୀ ପ୍ରଦାନ, ବକେୟା ଇ.ପି.ଏଫ ପ୍ରଦାନ ଆଦି ପ୍ରମୁଖ ଦାବୀ କରିଛନ୍ତି ସୂତାକଳର ଶ୍ରମିକମାନେ ।ପରିଚାଳନା ଗତ ତ୍ରୁଟି ଯୋଗୁଁ ଶ୍ରମିକମାନେ ବର୍ଷସାରା କାମ ପାଉ ନ ଥିବାବେଳେ ଅନେକ ସମୟରେ ଶ୍ରମିକ ମାନେ ଶୋଷଣ ର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଏପରିକି ପୂର୍ବରୁ ୫୬ ଖଣ୍ଡ ରିଂ ଫ୍ରେମ୍ ମେସିନ କାର୍ଯ୍ୟକ୍ଷମ ଥିବା ବେଳେ ଏବେ ମାତ୍ର୧୫ ଖଣ୍ଡ ମେସିନ ଚାଲିଛି ସେହିପରି ୩୦ଖଣ୍ଡ କାର୍ଡିଂ ମେସିନ୍ ୧୫ଖଣ୍ଡ ସିଂପ୍ଲେକ୍ସ ମେସିନ୍ ଯାଗାରେ ଖୁବ୍ ଅଳ୍ପ ସଂଖ୍ୟକ ମେସିନ ନେଇ କେବଳ ନାମକୁମାତ୍ର ସୂତାକଳ ଚାଲିଛି ତେଣୁ ସୂତାକଳକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାରେ ପରିଚାଳନା ବୋର୍ଡ ବିଫଳ ହୋଇଥିବା ଅଭିଯୋଗ ହେଉଛି । ସୂତାକଳକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରି ଅଧିକ ସଂଖ୍ୟକ ଶ୍ରମିକ ଓ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ଶ୍ରମିକ ସଂଘ ପକ୍ଷରୁ ଦାବି ହୋଇଛି ।ପୂର୍ବରୁ ଶ୍ରମିକ ଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ ନେଇ ସୁବର୍ଣ୍ଣପୁର ଜିଲ୍ଲା ପାଳଙ୍କୁ ଏକ ସଭାରେ କଂପାନୀ କର୍ତ୍ତୁପକ୍ଷ ରାଜିହୋଇଥିବା ପରେବି ଖିଲାପ କରିବା କାରଣକୁ ଶ୍ରମିକ ମାନେସହଜରେ ଗ୍ରହଣ କରି ପାରିନାହାନ୍ତି। ଆଜିର ଏହି ବିକ୍ଷୋଭ ସମାବେଶରେ ଶ୍ରମିକ ସଂଘ ସଭାପତି ଯୋଗେନ୍ଦ୍ର ପଣ୍ଡା, ସାଧାରଣ ସଂପାଦକ ଧବଳେଶ୍ବର କୁମ୍ଭାର ,ଯୁବନେତା ସୁରେଶ ପାତ୍ର, ବ୍ୟାସଦେବ ମିଶ୍ର,ଶ୍ରଦ୍ଧାଞ୍ଜଳି ମିଶ୍ର ଙ୍କ ସହ ଅନେକ ଶ୍ରମିକ ଶ୍ରମିକା ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment