BREAKING
Loading...
:

ପ୍ରକଳ୍ପ ନିର୍ଦେଶକ ଡି ଆର ଡି ଏ ଙ୍କ ଦ୍ୱାରା ଡୁଙ୍ଗୁରିପାଲି ବ୍ଲକ କାର୍ଯ୍ୟର ସମୀକ୍ଷା ବୈଠକ

 ପ୍ରକଳ୍ପ ନିର୍ଦେଶକ ଡି ଆର ଡି ଏ ଙ୍କ ଦ୍ୱାରା ଡୁଙ୍ଗୁରିପାଲି ବ୍ଲକ  କାର୍ଯ୍ୟର ସମୀକ୍ଷା ବୈଠକ -

ଅଧିକ ରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ 



ସୁବର୍ଣ୍ଣପୁର,, ମଣିଭଦ୍ରା ଖବର

ଆଜି ସୁବର୍ଣ୍ଣପୁର ଡି.ଆର.ଡି.ଏ. ପ୍ରକଳ୍ପ ନିର୍ଦେଶକ ଶ୍ରୀ ନିହାର ରଞ୍ଜନ କଁହର ଡୁଙ୍ଗୁରିପାଲି ଗସ୍ତ ରେ ଆସି ବ୍ଲକ ଦ୍ୱାରା କାର୍ଯ୍ୟକାରି କରାଯାଉଥିବା ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରିଥିଲେ l ଏହି ସମୀକ୍ଷା ବୈଠକରେ ବିଶେଷ କରି ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମୀଣ ଆବାସ ଯୋଜନା, ଓଡିଶା ଜୀବନ ଜୀବିକା ମିଶନ, ସ୍ୱଚ୍ଛ ଭାରତ ମିଶନ,ରାଜ୍ୟ ଅର୍ଥ ଆୟୋଗ ଓ କେନ୍ଦ୍ର ଅର୍ଥ ଆୟୋଗ ଦ୍ୱାରା ଆବଣ୍ଟିତ ଅର୍ଥ ର ସୁବିନିଯୋଗ ତଥା କାର୍ଯ୍ୟପ୍ରକଳ୍ପ ଗୁଡ଼ିକର ସ୍ଥିତି ଓ ଅଗ୍ରଗତି ର ସମୀକ୍ଷା କରିଛନ୍ତି l କାର୍ଯ୍ୟକାରୀ ପ୍ରତ୍ୟେକ ଯୋଜନା ର ସୁଫଳ ଯେପରି ତୃଣମୂଳ ସ୍ତରରେ ଯୋଗ୍ୟ ହିତାଧିକାରୀ ପାଇପାରିବେ ସେଥି ପ୍ରତି ବିଶେଷ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ବ୍ଲକ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l ଓଡିଶା ଜୀବିକା ମିଶନ ଜରିଆରେ ଅଧିକ ରୁ ଅଧିକ ଯୋଗ୍ୟ ହିତାଧିକାରୀ ସାମିଲ କରି ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ଗ୍ରାମୀଣ ଜୀବନ ଯାପନ ଶୈଳୀ ରେ ଉନ୍ନତି ଆଣିବାକୁ ପରାମର୍ଶ ଦେଇଛନ୍ତି ପ୍ରକଳ୍ପ ନିର୍ଦେଶକ ଶ୍ରୀ କଁହର l ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଶ୍ରମ ଦିବସ ଲକ୍ଷ୍ୟ ଧାର୍ଯ୍ୟ କୁ ସମୟ ଅବଧି ମଧ୍ୟରେ ପୂରଣ କରିବାକୁ ନିର୍ଦେଶ ଦେବା ସହ ଅଧିକ ରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରିବାକୁ ଗୁରୁତ୍ୱାରୋପ କରିଛନ୍ତି l ସରକାରଙ୍କ  ଗ୍ରାମୀଣ ଆବାସ ଯୋଜନା ର ଧାର୍ଯ୍ୟ ଲକ୍ଷ୍ୟ କୁ ଶତ ପ୍ରତିଶତ ପୂରଣ କରିବା ସହିତ ଆବାସ କାର୍ଯ୍ୟ ରେ କୌଣସି ପ୍ରକାର ଅନୈତିକତା କୁ ବରଦାସ୍ତ କରାଯିବନାହିଁ ବୋଲି ନିର୍ଦେଶ ଦେଇଛନ୍ତି l ବ୍ଲକ ଦ୍ୱାରା କାର୍ଯ୍ୟକାରି ସମସ୍ତ ଯୋଜନା/ପ୍ରକଳ୍ପ ଗୁଡିକୁ ସମୟ ଅବଧି ମଧ୍ୟରେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଲକ୍ଷ୍ୟ ଧାର୍ଯ୍ୟକୁ ପୂରଣ କରିବା ସହ ଅର୍ଥ ବିନିଯୋଗ ପ୍ରମାଣ ପତ୍ର କୁ ସୁନିଶ୍ଚିତ କରିବାକୁ ପରାମର୍ଶ ଦେବା ସହିତ ପଞ୍ଚାୟତ ଗୁଡିକରେ କାର୍ଯ୍ୟରତ ପି ଇ ଓ ମାନଙ୍କୁ ଗ୍ରାମ ପଞ୍ଚାୟତ ଗୁଡିକରେ ରେ ବାକିଆ ଥିବା ବିଦ୍ୟୁତ ବିଲ କୁ ସମ୍ପୂର୍ଣ ପୈଠ  କରିବାକୁ ନିର୍ଦେଶ ଦେଇଛନ୍ତି l ବୈଠକରେ ବି ଡି ଓ ତ୍ରିପୁର ମହାନନ୍ଦିଆ,ଜି ପି ଇ ଓ  ତଥା ଡି ଆର ଡି ଏ କାର୍ଯ୍ୟାଳୟ ର ବିଭିନ୍ନ ବିଭାଗୀୟ ବରିଷ୍ଠ କର୍ମଚାରୀ ଙ୍କ ସହ ବ୍ଲକ ସ୍ତରୀୟ ଅଧିକାରୀ,କର୍ମଚାରୀ ପ୍ରମୁଖ ସମୀକ୍ଷା ବୈଠକରେ ଯୋଗଦାନ  କରିଥିଲେ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS