ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଜ଼ିଲ୍ଲାପାଳଙ୍କ ସହ ଆଲୋଚନା I
ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ସମ୍ବଲପୁର ଜ଼ିଲ୍ଲାରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ନୂତନ ଭାବେ ଯୋଗଦାନ କରିଥିବା ଜ଼ିଲ୍ଲାପାଳ ଅନନ୍ୟା ଦାସ (ଆଇଏଏସ) ଙ୍କ ସହ ଗୁରୁବାର ସାମ୍ବାଦିକ ମାନେ ସାକ୍ଷାତ ଆଲୋଚନା କରିଥିଲେ I ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖାର ଉପ ସଭାପତି ସୁକାନ୍ତ କରଙ୍କ ନେତୃତ୍ୱରେ ସାମ୍ବାଦିକମାନେ ଜ଼ିଲ୍ଲାପାଳ ଅନନ୍ୟା ଦାସଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ ପୁର୍ବକ ସ୍ୱାଗତ କରିଥିଲେ I ଏହା ସହିତ ପୂର୍ବରୁ ଜ଼ିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଠାରେ ଦାବି କରାଯାଇଥିବା ଗୋପବନ୍ଧୁ କାର୍ଯ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ରାଶିକୁ ୨ ଲକ୍ଷ ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା, ଆଗାମୀ ବିଧାନସଭା ଅଧିବେଶନରେ ସାମ୍ବାଦିକ ମାନଙ୍କ ସକାଶେ "ସାମ୍ବାଦିକ ସୁରକ୍ଷା ଆଇନ " ବିଲ ଆଗତ କରିବା, କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ପାଇଁ କଠୋର ଦଣ୍ଡ ବିଧାନ ଆଇନ ପ୍ରଣୟନ କରିବା, ୬୦ ବର୍ଷରୁ ଉର୍ଦ୍ଧ ସାମ୍ବାଦିକଙ୍କୁ ରାଜ୍ୟ ସରକାର ପେନସନ୍ ବୀମା ଭୁକ୍ତ କରିବା, ଏକ୍ରିଡ଼ିଏସନ୍ ନିୟମ ପରିବର୍ତ୍ତନ କରିବା, ଯାତାୟତ ସମୟରେ ରିହାତି ଦେବା ସହ ଟୋଲଟେସ୍କ ଛାଡ଼ କରିବା , ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ଏକ ପୂର୍ଣ୍ଣାଙ୍ଗ ତାଲିକା ସଂଗ୍ରହ ପୂର୍ବକ ରାଜ୍ୟ ଗେଜେଟରେ ପ୍ରକାଶ କରିବା, ସାମ୍ବାଦିକ ଆବାସ ଯୋଜନା ପ୍ରଣୟନ କରିବା, ସାମ୍ବାଦିକଙ୍କ ସକାଶେ ଉଦ୍ଧିଷ୍ଟ ବ୍ୟାଙ୍କ ଋଣକୁ ସରଳୀକରଣ କରିବା, ସମ୍ବେଦନଶୀଳ ଘଟଣା ଅନୁସନ୍ଧାନ (ମାଓପ୍ରବଣ, ବନ୍ୟା, ବାତ୍ୟା, ଦଙ୍ଗା) ଆଦି ଘଟଣା ସମ୍ପର୍କରେ ଖବର ସଂଗ୍ରହ ସମୟରେ ସାମ୍ବାଦିକଙ୍କ ଭୂମିକା ନେଇ ଏକ ଆଦର୍ଶ ମାର୍ଗଦର୍ଶିକା (ଏସ. ଓ. ପି) ଜାରୀ କରିବା ସହିତ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ପ୍ରଦାନ କରିବା ଆଦି ଦାବି ଗୁଡିକ ସମ୍ପର୍କରେ ଜ଼ିଲ୍ଲାପାଳଙ୍କୁ ଅବଗତ କରାଇଥିଲେ I ଏହାପରେ ଜ଼ିଲ୍ଲାପାଳ ଶ୍ରୀମତି ଦାସ ସାମ୍ବାଦିକ ସଂଘର ବିଗତ ବର୍ଷ ଗୁଡିକର ସଂକ୍ଷିପ୍ତ ବିବରଣୀ ଶୁଣି ଖୁସି ବ୍ୟକ୍ତ କରିଥିଲେ I ଜ଼ିଲ୍ଲାପାଳଙ୍କ ସହିତ ଆଜିକାର ଏହି ସାକ୍ଷାତ ଆଲୋଚନା ସମୟରେ ସଂଘର ସାଧାରଣ ସମ୍ପାଦକ ସରୋଜ ସାହୁ, ବିରାଜ ମିଶ୍ର, ସତ୍ୟଜିତ ମହାପାତ୍ର, ହରି ଶଙ୍କର ମିଶ୍ର,ଚୈତନ୍ୟ ନାୟକ, ସାଧବ ପ୍ରଧାନ, ସୁବ୍ରତ ପାଢ଼ୀ, ପ୍ରାସିଶ ପଣ୍ଡା, ନର୍ସିଙ୍ଗ ବଗର୍ତ୍ତୀ, ସଞ୍ଜିବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ I
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment