BREAKING
Loading...
:

କାର୍ଯ୍ୟରେ ଯୋଗଦେଲେ ଦଶପଲ୍ଲା ଏବଂ ବାଣିଗୋଛା ନୂତନ ଥାନା ଅଧିକାରୀ

 କାର୍ଯ୍ୟରେ ଯୋଗଦେଲେ ଦଶପଲ୍ଲା ଏବଂ ବାଣିଗୋଛା ନୂତନ ଥାନା ଅଧିକାରୀ

 


ଦଶପଲ୍ଲା (ମଣିଭଦ୍ରା ଖବର)ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀଙ୍କ ଅଦଳ ବଦଳ ପରେ ଗତକାଲି ଦଶପଲ୍ଲା ଓ ବାଣିଗୋଛା ଥାନାରେ ନୂତନ ଥାନା ଅଧିକାରୀ ଯୋଗଦେଇଛନ୍ତି। ଦଶପଲ୍ଲା ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ାଙ୍କ ଖୋର୍ଦ୍ଧାକୁ ବଦଳି ହେବାପରେ ତାଙ୍କ ସ୍ଥାନରେ ନୂଆଗାଁ ଥାନା ଅଧିକାରୀ ବସନ୍ତ କୁମାର ସାହୁ ଯୋଗଦାନ କରିଛନ୍ତି । 




ସେହିଭଳି ବାଣିଗୋଛା ଥାନା ଅଧିକାରୀ ମୁକେଶ କୁମାର ବେହେରାଙ୍କ ଚାନ୍ଦପୁରକୁ ବଦଳି ହୋଇଥିବା ବେଳେ ନୟାଗଡ଼ ଟାଉନ ଥାନା ଅଧିକାରୀ ସଂଜୟ କୁମାର ମଲ୍ଲିକ ତାଙ୍କ ସ୍ଥାନରେ ଯୋଗଦାନ କରିଛନ୍ତି । ଆଜି ଉଭୟ ଅଧିକାରୀ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଦଶପଲ୍ଲା ଓ ବାଣିଗୋଛା ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ଅପରାଧିକ କାର୍ଯ୍ୟକଳାପ ଏବଂ ଅବାଧ ଗଂଜେଇ  କାରବାର ଉପରେ ବିଶେଷ ଦୃଷ୍ଟି ଦିଆଯିବ ବୋଲି ଅଧିକାରୀ ମାନେ ଷ୍ପଷ୍ଟ କରିଛନ୍ତି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS