BREAKING
Loading...
:

ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା

 ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା



ଗଣିଆ ୨୨/୦୬(ମଣିଭଦ୍ରା ଖବର) ନିର୍ବାଚିତ ହେବା ପରେ ଦିନକୁଦିନ ଲୋକପ୍ରିୟତା ସାଉଁଟୁଛନ୍ତି ବ୍ଳକ ଅଧ୍ୟକ୍ଷା ଝୁନା ଜେନା । ବ୍ଳକ ପରିସରରେ ବିଭିନ୍ନ ସଭା ଠାରୁ ଆରମ୍ଭ କରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏପରିକି ଲୋକପ୍ରତିନିଧି ମାନଙ୍କୁ ନେଇ ରଜ ଉତ୍ସବ ପାଳନ କରିବା ପର୍ଯ୍ୟନ୍ତ ସବୁଠାରେ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି । ବୁଧବାର ଗଣିଆ ବ୍ଲକ ଆଡକଟା ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ । ଭତ୍ତା ଠାରୁ ଆରମ୍ଭ କରି ଆବାସ ଯୋଜନା, ରାସନ୍ କାର୍ଡ,କାଳିଆ ଯୋଜନାରେ ଯେଉଁମାନେ ଟଙ୍କା ପାଇନାହାନ୍ତି ସେମାନଙ୍କର ତାଲିକା ପ୍ରସ୍ତୁତ କରିଛନ୍ତି । 



ଗାଁ ଗୁଡ଼ିକରେ ଥିବା ରାସ୍ତା, ବିଦ୍ୟୁତ୍, ପାନୀୟ ଜଳ ସମସ୍ୟା ସମ୍ପର୍କରେ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସହିତ ଆଲୋଚନା କରିଛନ୍ତି । ଗାଁରେ ଥିବା ବିଭିନ୍ନ ସମସ୍ୟା ଗୁଡ଼ିକ ତୁରନ୍ତ ସମାଧାନ କରିବାକୁ ସେ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଅଧ୍ୟକ୍ଷାଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି ‌ ଜଣେ ମହିଳା ହୋଇ ମଧ୍ୟ ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝୁଥିବାରୁ ଗ୍ରାମବାସୀ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS