BREAKING
Loading...
:

ମନମୁଣ୍ଡା ଠାରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କଲେ ମନ ମୁଣ୍ଡା ଅଞ୍ଚଳବାସୀ

  ମନମୁଣ୍ଡା ଠାରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କଲେ ମନ ମୁଣ୍ଡା ଅଞ୍ଚଳବାସୀ



ସୁବର୍ଣ୍ଣପୁର (ମଣିଭଦ୍ରା ଖବର )ରାଜ୍ୟ ମନ୍ତ୍ରୀ ମଣ୍ଡଳ ରେ ତୃତୀୟ ଥର ସ୍ଥାନ ପାଇଥିବା ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଙ୍କୁ ଆଜି ମନ ମୁଣ୍ଡା ଠାରେ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଜଙ୍ଗଲ,ପଂଚାୟତରାଜ, ପାନୀୟ ଜଳ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଭଳି  ଦାୟିତ୍ବ ମିଳିବା ପରେ ଆଜି ବୁଧବାର ଅପରାହ୍ନରେ ବିଭିନ୍ନ ଅନୁଷ୍ଠାନ ,ରାଜନେତା ଓ ସାଧାରଣ ଜନତା ମନ ମୁଣ୍ଡା ରେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।ଏଠାରେ ପଡୋଶୀ ସୁବର୍ଣ୍ଣପୁର ଜିଲ୍ଲା ର ଓଡିଶା ସାମ୍ବାଦିକ ସଂଘ( ଓଜେୟୁ )ର ଏକ ପ୍ରତିନିଧି ମଧ୍ୟ ମାନ୍ୟବର ମନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧନା ଦେବା ଅବସରରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ବଳିତ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ l ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବାସୁଦେବ ପାଲି ,ମନ ମୁଣ୍ଡା ,ଦେଉଳି ଓ ଆଖପାଖ ଅଂଚଳର ବହୁ ଜନ ସାଧାରଣ ଉପସ୍ଥିତ ଥିଲେ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS