BREAKING
Loading...
:

କଳା ସଂସ୍କୃତି ଅଞ୍ଚଳର ଏକତାକୁ ବାନ୍ଧି ରଖେ

 କଳା ସଂସ୍କୃତି ଅଞ୍ଚଳର ଏକତାକୁ ବାନ୍ଧି ରଖେ 




ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ବୌଦ୍ଧ ଜିଲ୍ଲା କଣ୍ଟାମାଳ ହରିଶଙ୍କର କଳା ମଣ୍ଡପ ଠାରେ ଅନୁଷ୍ଠିତ ଲୋକ କଳା ମହୋତ୍ସବ ର ଉଦଯାପନୀ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ସଭାରେ ମାନ୍ୟବର ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ,ପାନୀୟ ଜଳ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅଞ୍ଚଳର କଳା ସଂସ୍କୃତି ସମୃଦ୍ଧ ହେଲେ ଅଞ୍ଚଳର ବିକାଶ ତ୍ୱରାନ୍ୱିତ ହୋଇଥାଏ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ l କଣ୍ଟାମାଳ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ l ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଲୋକ କଳା, ଲୋକ ସଂସ୍କୃତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ପ୍ରଗତି ଅନୁଷ୍ଠାନ ର ସମ୍ପାଦକ ତଥା ମହୋତ୍ସବ କମିଟିର ଆବାହକ ଦିବ୍ୟଶଙ୍କର ରାଉତ ସଭା ପରିଚାଳନା କରିଥିବା ବେଳେ ମାୟା ଧାରାବାହିକ ଅଭିନେତ୍ରୀ ଜଲୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ପୂର୍ଣ୍ଣ ଚନ୍ଦ୍ର ଖଟୁଆ ଧନ୍ୟବାଦ ଦେଇଥିଲେ l ଏହି ଅବସରରେ ମଂଚାସୀନ ସମସ୍ତ ଅତିଥି ମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଦ୍ଵିତୀୟ ସନ୍ଧ୍ୟାରେ ଆୟୋଜିତ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଟିଭି ଧାରାବାହିକ କଳାକାର ଜଲୀ ପରିଚାଳନା କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ କନ୍ଧମାଳ ଜିଲ୍ଲାର ଓଡିଶୀ ନୃତ୍ୟରେ କୃଷ୍ଣ ଙ୍କ ଦଶାବତାର ଅଭିନୟ ମନଛୁଆଁ ହୋଇଥିଲା l ପଞ୍ଚମୀ ନନ୍ଦ ଙ୍କ ସମ୍ବଲପୁରୀ ଦଣ୍ଡ ନୃତ୍ୟ, ଫୁଲବାଣୀ ଜିଲ୍ଲାର ଆଦିବାସୀ ନୃତ୍ୟ, ଉକିଆ ଅନୁଷ୍ଠାନ କଣ୍ଟାମାଳ ର ସମ୍ବଲପୁରୀ, ନୀଳଚକ୍ର ର କୁଇ ନୃତ୍ୟ ଏବଂ ପୁରନ୍ଦର ଠେଲା ଙ୍କ ମେଲୋଡି ଆଦି ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା l ତିନିଦିନ ଧରି ଚାଲିଥିବା ଉତ୍ସବ କୁ ସମ୍ପାଦକ ଧର୍ମେନ୍ଦ୍ର ରଣା, ପ୍ରଦୀପ ସାହୁ, ମନୋଜ ରାଜହଂସ, ଧରଣୀ ସେନ ସାହୁ, ପୂର୍ଣ୍ଣ ଚନ୍ଦ୍ର ଖଟୁଆ, ଶରତ କୁମାର ସାହୁ, ମନୋଜ ଶର୍ମା, ଲିଚୁ ଅଗ୍ରୱାଲ, ଗଜିନ୍ଦ୍ର, ସାନନ୍ଦ ଙ୍କ ସମେତ କମିଟି ର ସଦସ୍ୟ ମାନେ ସହଯୋଗ କରିଥିଲେ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS