BREAKING
Loading...
:

ଆଦର୍ଶ ଥାନା ବୀରମହାରାଜପୁର ରେ ମେଗା ରକ୍ତ ଦାନ ଶିବିର, ସମୁଦାୟ ୧୮୧ ୟୁନିଟ ରକ୍ତ ସଂଗ୍ରହ

 ଆଦର୍ଶ ଥାନା ବୀରମହାରାଜପୁର ରେ  ମେଗା ରକ୍ତ ଦାନ ଶିବିର, ସମୁଦାୟ 181 ୟୁନିଟ ରକ୍ତ ସଂଗ୍ରହ 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଆଜି ସୁବର୍ଣ୍ଣପୁର ଜିଲ୍ଲାର ଆଦର୍ଶ ଥାନା ପରିସର ରେ  ମୋ ସରକାର ମାଧ୍ୟମ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେଶ ପଣ୍ଡା ଙ୍କ  ମୁଖ୍ୟ ଅତିଥି ଭାବରେ ଏ ରକ୍ତ ଦାନ ଶିବିର ରେ ଯୋଗ ଦାନ କରି ରକ୍ତ ଦାତା ଙ୍କୁ ଧନ୍ୟବାଦ ଦେଇଥିଲେ । ଯେପରି ଜିଲ୍ଲାର ରକ୍ତ କେନ୍ଦ୍ର ରେ ରକ୍ତ ର ଅଭାବ ରହିବ ନାହିଁ ଓ ରକ୍ତ ର ଅଭାବକୁ ପୂରଣ କରିବା ସକାଶେ ଓଡ଼ିଶା ପୋଲିସ ଚେଷ୍ଟା ଜାରୀ ରଖିବାକୁ ଆରକ୍ଷୀ ଅଧିକ୍ଷକ କହିଛନ୍ତି ।




ରକ୍ତ ଦାନ ଶିବିର ରେ ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ , ଆଇ ଆଇ ସି ଅଞ୍ଜଳି କୁମ୍ଭାର , ଜିଲ୍ଲା ଆରକ୍ଷୀ ନିରୀକ୍ଷକ ପ୍ରଦୁମନ୍ ପଟେଲ , ଜିଲ୍ଲା ପୋଲିସ ରକ୍ତ ସଂଯୋଜକ ମନୋଜ ପଣ୍ଡା , ଜିଲ୍ଲା ଶାଖା ସଂଘ ସଭାପତି କୁମୁଦ ରଂଜନ ମେହେର, ସମ୍ପାଦକ ସୁଧାଂଶୁ ଶେଖର ମେଣ୍ଡେଲି , କନଷ୍ଟେବଳ ଧିରେନ୍ ବିଶ୍ଵାଳ , ହାବିଲଦାର ବିନୋଦ ବିହାରି ସାମନ୍ତ ରାୟ ତଥା ଅନ୍ୟାନ୍ୟ ଥାନା ଓ ଫାଣ୍ଡି ଅଧିକାରୀ ମିଳିତ ଭାବରେ ଏ ରକ୍ତ ଦାନ ଶିବିର କୁ ସଫଳ ମଣ୍ଡିତ କରିଥିଲେ । ଡ୍ରାଇଭର ମହାସଂଘ , ଏନସିସି ଛାତ୍ର ଛାତ୍ରୀ , ଜୀବନ ବିନ୍ଦୁ ର କର୍ମକର୍ତ୍ତା , ସହଯୋଗ  ସମାଜ ସେବୀ ଅନୁଷ୍ଠାନ , ବିଦ୍ୟୁତ ବିଭାଗ କର୍ମଚାରୀ , ବଜରଙ୍ଗ ଦଳ ଓ ସର୍ବୋପରି ଅଞ୍ଚଳ ର ସମସ୍ତ ରକ୍ତ ଦାତା ରକ୍ତ ଦାନ ଶିବିର ରେ ରକ୍ତ ଦାନ କରିଥିଲେ । ଜିଲ୍ଲା ରକ୍ତ ଭଣ୍ଡାର ର ଡ. ବିଶ୍ୱନାଥ ଜେନା , ସୁବାଷ ପଣ୍ଡା , ଜଗତ ଦରୁଆନ, ଟଙ୍କଧର କୁମର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ଓ ବୁର୍ଲା ର ରକ୍ତ ସଂଗ୍ରହ କାରୀ ଦଳ ମଧ୍ୟ ଭାଗ ନେଇଥିଲେ । 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS