BREAKING
Loading...
:

ଟ୍ରକ ସହ କାର୍ ଧକ୍କା,ଗୁରୁତର ମାନଙ୍କୁ ଉଦ୍ଧାର କଲା ନୂଆଗାଁ ପୁଲିସ

 ଟ୍ରକ ସହ କାର୍ ଧକ୍କା,ଗୁରୁତର ମାନଙ୍କୁ ଉଦ୍ଧାର କଲା  ନୂଆଗାଁ ପୁଲିସ



ନୂଆଗାଁ   (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୋରଡ଼ା ଗ୍ରାମ  ଛକ ନିକଟସ୍ଥ ୫୭ ନଂ ଜାତୀୟ ରାଜପଥ ରେ ଟ୍ରକ୍ ସହ କାର୍ ଧକ୍କା ହେବା ଫଳରେ କାର ରେ ବସିଥିବା ୮ ଜଣ ଗୁରୁତର ହୋଇଛନ୍ତି।ସୂଚନା ଅନୁଯାୟୀ ପ୍ରାତଃ ସମୟରେ ଦଶପଲ୍ଲା ରୁ ଏକ ଟ୍ରକ ଗାଡ଼ି ନଂ( ସି-ଜି୦୪-ଏଲ୍ ଭି-୭୪୧୩) ଏବଂ କାର ଗାଡ଼ି ନଂ( ଓଡି -୧୭- ଜେ - ୪୧୭୩) ଆଗ ପଛହୋଇ ନୟାଗଡ ଅଭିମୁଖେ ଯାଉଥିବା ବେଳେ ସୋରଡ଼ା ଛକ ନିକଟରେ ଟ୍ରକ  କାର ଧକ୍କା ହେବା ଦ୍ବାରା ୮ ଜଣ ଗୁରୁତର ହୋଇଥିଲେ। ଘଟଣା ସ୍ଥଳରେ ନୂଆଗାଁ ପୁଲିସ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି  ଦଶପଲ୍ଲା ଚିକିତ୍ସାଳୟ କୁ ପଠାଇଥିଲା।ଗୁରୁତର ମାନଙ୍କୁ ଦଶପଲ୍ଲା ଚିକିତ୍ସାଳୟକୁ ପଠାଇବାରେ ସ୍ଥାନୀୟ ଲୋକ ସହାୟତା କରିଥିଲେ।ଟ୍ରକ୍ ଓ କାର କୁ ନୂଆଗାଁ ପୁଲିସ ଜବତ କରିଛି।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS