BREAKING
Loading...
:

ସୁବର୍ଣ୍ଣପୁର ପୋଲିସକୁ ଆଉ ଏକ ସଫଳତା : ହିରୋ ହାତୀ ମର୍ଡ଼ର କେସରେ ୪ ଅଭିଯୁକ୍ତ ଗିରଫ l

 


ସୁବର୍ଣ୍ଣପୁର ପୋଲିସକୁ ଆଉ ଏକ ସଫଳତା : ହିରୋ ହାତୀ ମର୍ଡ଼ର କେସରେ ୪ ଅଭିଯୁକ୍ତ ଗିରଫ l 

ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ଗତ ୧୪ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ବାରପାହାଡ ଜଙ୍ଗଲରେ ମିଳିଥିବା ଏକ  ଗଳିତ ମୃତଦେହ ରହସ୍ୟର ପର୍ଦ୍ଦାଫାସ କରିଛି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ । ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ଗ୍ରାମର ୪୮ବର୍ଷିୟ ଯୁବକ ହିରୋ ହାତୀ ଗତ ୧୧ ତାରିଖରୁ ନିଖୋଜ ଥିବା ବେଳେ ୧୪ତାରିଖ ଦିନ ବାରପାହାଡ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।ସେତେବେଳେ ମୃତଦେହଟି ପଚି ସଢି ଯାଇଥିବା ବେଳେ ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିଲା ପରେ ସ୍ଥାନୀୟ ପୋଲିସ ଶବକୁ ଜବତ କରି ଅନୁସନ୍ଧାନ ଆରମ୍ଭ କରିଥିଲା । ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ତାଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଯେ ଏହା ଏକ ହତ୍ୟାକାଣ୍ଡ ଥିଲା  । ଗତ ୧୧ତାରିଖ ରାତିରେ ହିରୋ ହାତୀ ବାରପାହାଡ ଜଙ୍ଗଲରେ ଇଟା ଗଢୁଥିବା ମକରଧ୍ବଜ ମଲ୍ଲିକଙ୍କ କୁଡିଆ ଘରକୁ ପଶିଥିଲେ । ମକରଧ୍ବଜ ତାଙ୍କୁ ଚାଲିଯିବାକୁ କହିଥିଲେ ମଧ୍ୟ ହିରୋ ସେଠାରୁ ନ ଯିବାରୁ ମକରଧ୍ବଜଙ୍କ ସାଙ୍ଗରେ ଶୋଇଥିବା ଅନନ୍ତ ରଣା, ସଚିତାନନ୍ଦ ମଲ୍ଲିକ ତାଙ୍କୁ ଟାଙ୍ଗିଆରେ  ମାଡ ମାରିଥିଲେ ଫଳରେ ହିରୋଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପରେ ପରେ ଏହି ତିନିଜଣ ତାଙ୍କ ପାଖରେ ଥିବା ସୁଧିର ବଡକୁଲଙ୍କୁ ଧରି ମୃତଦେହକୁ ନେଇ ୬ଶହ ମିଟର ଦୂରରେ ଥିବା ଜଙ୍ଗଲର ଏକ ନିଛାଟିଆ ସ୍ଥାନରେ ଫୋପାଡି ଦେଇଥିଲେ । ପରେ ପରେ ପୋଲିସ ଏହି ଘଟଣାର ଅନୁସନ୍ଧାନ କରି ହତ୍ୟା କରିଥିବା ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ସାଇନଟିଫିକ ଟିମର ସହାୟତାରେ ଏହି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବାରେ ସଫଳ ହୋଇଥିବା କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ଓ ତଦନ୍ତ କାରୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । 


ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS