ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି
ଭୂବନେଶ୍ବର( ମଣିଭଦ୍ରା ଖବର) ୪ ରାଜ୍ୟସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ପୁଣି ରାଜ୍ୟସଭାକୁ ଯିବେ ସସ୍ମିତ ପାତ୍ର । ଏହା ସହ ଶ୍ରୀମତି ସୁଲତା ଦେଓ, ମାନସ ମଙ୍ଗରାଜ, ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟସଭା ସାଂସଦ ସୁବାସ ସିଂ ଇସ୍ତଫା ଦେବାପରେ ଖାଲି ପଡ଼ିଥିବା ରାଜ୍ୟସଭା ପଦ ପାଇଁ ଆସନ୍ତା ଜୁନ୍ ୧୩ ତାରିଖରେ ଏହି ଉପନିର୍ବାଚନ ହେବ । ଆଗରୁ ନିର୍ବାଚନ କମିଶନ ଏହାର ଘୋଷଣା କରିଥିଲେ । ଶ୍ରୀ ସିଂ ୨୦୨୦ ମାର୍ଚ୍ଚରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨ବର୍ଷ ରାଜ୍ୟସଭା ସଦସ୍ୟଭାବେ କାର୍ଯ୍ୟ କରିଥିବା ବେଳେ ଗତ ମାର୍ଚ୍ଚ ୨୭ରେ କଟକ ମେୟର ଭାବେ ନିର୍ବାଚିତ ହୋଇଥିଲେ । ପରେ ଏପ୍ରିଲ ୨୧ରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏହା ପୂର୍ବରୁ ୩ଟି ରାଜ୍ୟସଭା ଆସନରେ ଭୋଟ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ବେଳେ ଆସନ୍ତା ୩୧ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment