BREAKING
Loading...
:

ସୁବର୍ଣ୍ଣପୁରର ବିକାଶ ପାଇଁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ସାକ୍ଷାତ

 


ସୁବର୍ଣ୍ଣପୁରର ବିକାଶ ପାଇଁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ସାକ୍ଷାତ

ସୁବର୍ଣ୍ଣପୁର(ମଣିଭଦ୍ରା ଖବର)ମନ୍ଦିରମାଳିନୀ ସୁବର୍ଣ୍ଣପୁର ଏକ ଐତିହାସିକ ସଂସ୍କୃତି,ପରମ୍ପରା ସମ୍ପନ୍ନ ପ୍ରାଚୀନ ଓ ପବିତ୍ର ଦେଵଭୂମି ଅଟେ। ଏହାର ବିକାଶ ପାଇଁ ଏବେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳ ନିଜେ ତତ୍ପର ତଥା ଯତ୍ନବାନ୍ ହେଉଛନ୍ତି ସେ ନେଇ ଜିଲ୍ଲାପାଳ ନିଜେ ଟୁଇଟ ମାଧ୍ୟମରେ ଜନସାଧାରଣଙ୍କ ଠାରୁ ଉନ୍ନତିକରଣ ପ୍ରସ୍ତାବ ନେଇ ଆହ୍ୱାନ ଦେଇଥିଲେ। ସେ ନେଇ ଆଜି ସଚେତନ ନାଗରିକ ମଞ୍ଚ ତରଫରୁ ସୌଜନ୍ୟ ମୂଳକ ସାକ୍ଷାତ ସହ ଲିଖିତ ଆକାରରେ ଏକ ପ୍ରସ୍ତାବ ଜିଲ୍ଳାପାଳ ଅବୋଲି ସୁନିଲ ନରୱଣେଙ୍କୁ ପ୍ରଦାନ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁଶେଖରମିଶ୍ର ,ସମ୍ପାଦକ ଗୁଣନିଧି ମେହେରଙ୍କ ସମେତ ପ୍ରକାଶ ଚନ୍ଦ୍ର ସାହୁ, ପ୍ରଦୀପ ପୁରୋହିତ, ଦୁଃଖିରାମ ନାୟକ, ବିନୋଦ ମେହେର, ମହେଶ ପୂଜାହାରୀ, ବାଙ୍କାନିଧି ରାୟଗୁରୁ, ନିରଞ୍ଜନତ୍ରିପାଠୀ, ସହଦେବ ପାତ୍ର, ସୂର୍ଯ୍ୟନାରାୟଣ ଦାସ, ନବଘନ ଶ।ଣ୍ଢ, ପଞ୍ଚାନନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS