କୈବର୍ତ୍ତ ସମାଜ ତରଫରୁ ଜାତି ଶ୍ରେଷ୍ଠ ସମ୍ମାନ ପାଇଲେ ରାଜକିଶୋର
ଗଣିଆ୨୦/୦୫(ମଣିଭଦ୍ରା ଖବର) ରାଜ୍ୟ କୈବର୍ତ୍ତ ସମାଜ ମହାସଭାର ଅଷ୍ଟାଦଶ ତମ ଦ୍ବିବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୈବର୍ତ୍ତ କୂଳର ପ୍ରତିଭା ଭାବେ ଗଣିଆ ପାଟଣା ସାହିର ରାଜକିଶୋର ବେହେରାଙ୍କୁ ଜାତିଶ୍ରେଷ୍ଠ ସମ୍ମାନରେ ସମ୍ମାନିତ କରାଯାଇଛି । ମହାସଭାର ଅଷ୍ଟାଦଶ ତମ ଦ୍ବିବାର୍ଷିକ ସାଧାରଣ ସଭାରେ ସଂଗଠନର ସମସ୍ତ ଭାଇ ମାନଙ୍କ ସହିତ ଦଶପଲ୍ଲାର ବିଧାୟକ ତଥା କୈବର୍ତ୍ତ ସମାଜର ସୂଯୋଗ୍ୟ ସନ୍ତାନ ରମେଶ ଚନ୍ଦ୍ର ବେହେରା ଏବଂ ପୂର୍ବତନ ମନ୍ତ୍ରୀ ତଥା ନିଖିଳ ଓଡିଶା କୈବର୍ତ୍ତ ସମାଜର ସଭାପତି ଯୋଗେନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ତାଙ୍କୁ ଉପଢ଼ୌକନ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ମାନ ପାଇବା ପରେ ଶ୍ରୀବେହେରା ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହିତ ସମାଜର ସଭାପତି ଓ ସମ୍ପାଦକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସୂଚନାଯୋଗ୍ୟ ଯେ ରାଜକିଶୋର ବେହେରା ଦୀର୍ଘ ଦିନ ହେବ କୈବର୍ତ୍ତ ସମାଜ ସହିତ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିବା ସହିତ ୨୦୦୫ ମସିହା ପର୍ଯ୍ୟନ୍ତ ସମାଜର ସମ୍ପାଦକ ଭାବରେ ସୂଚାରୁରୂପେ ଦାୟିତ୍ଵ ନିର୍ବାହ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق