BREAKING
Loading...
:

ବ୍ୟବସାୟୀଙ୍କ ଅକାଳ ମୃତ୍ୟୁରେ ବଜାର ବନ୍ଦ, ଶୋକସଭା ପାଳିତ

 



ବ୍ୟବସାୟୀଙ୍କ ଅକାଳ ମୃତ୍ୟୁରେ ବଜାର ବନ୍ଦ, ଶୋକସଭା ପାଳିତ


ଗଣିଆ (ମଣିଭଦ୍ରା ଖବର) ଗଣିଆ ବଜାରରେ ଦୀର୍ଘ ଦିନ ହେବ ବ୍ୟବସାୟ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିବା ଗଣିଆ ପଞ୍ଚାୟତ ବାଲିସାହି ଗ୍ରାମର ପ୍ରଫୁଲ୍ଲ କୁମାର ସାହୁଙ୍କର ଅକାଳ ମୃତ୍ୟୁ ଘଟିଛି । ଘରେ ଗାଧୋଉଥିବା ସମୟରେ ସେ ଖସିପଡ଼ି ଥିଲେ । ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁରେ ବଜାର କମିଟି ତରଫରୁ ଶୁକ୍ରବାର ସକାଳ ୬ ଘଟିକା ଠାରୁ ଦିବା ୧୨ ଘଟିକା ପର୍ଯ୍ୟନ୍ତ ବଜାର ବନ୍ଦ କରାଯାଇଥିଲା । ଦିବା ୯ ଘଟିକା ସମୟରେ ବଜାର ପରିସରରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ସଭାପତି ଧନେଶ୍ଵର ଲେଙ୍କାଙ୍କ ସଭାପତିତ୍ବରେ ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି କୁଳମଣି ସାହୁ, ସମ୍ପାଦକ ପ୍ରଭାତ କୁମାର ଦାଶ, ଜଗନ୍ନାଥ ଦାଶ, ବ୍ରଜକିଶୋର ସାହୁ, ଚିତ୍ତରଞ୍ଜନ ସାହୁ, ପ୍ରଦୀପ ମହାପାତ୍ରଙ୍କ ସମେତ ପ୍ରାୟ ୫୦ରୁ ଅଧିକ ବ୍ୟବସାୟୀ ଉପସ୍ଥିତ ଥିଲେ । ମୃତକଙ୍କର ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । 




ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS