BREAKING
Loading...
:

ଗଣିଆ ବ୍ଲକର ୩ଟି 5_T ବିଦ୍ୟାଳୟ କାର୍ଯ୍ୟ ତଦାରଖ କଲେ ବିଧାୟକ

 


ଗଣିଆ ବ୍ଲକର ୩ଟି 5_T ବିଦ୍ୟାଳୟ କାର୍ଯ୍ୟ ତଦାରଖ କଲେ ବିଧାୟକ


ଗଣିଆ ( ମଣିଭଦ୍ରା ଖବର) ଗଣିଆ ବ୍ଲକର ରାସଙ୍ଗ, ଛାମୁଣ୍ଡିଆ ଏବଂ ବେଲପଡାପାଟଣାରେ ଥିବା 5_T ବିଦ୍ୟାଳୟକୁ ପରିଦର୍ଶନ କରି କାର୍ଯ୍ୟ ତଦାରଖ କଲେ ବିଧାୟକ ରମେଶ ଚନ୍ଦ୍ର ବେହେରା । ରାଜ୍ୟ ସରକାରଙ୍କ ତରଫରୁ ଉପରୋକ୍ତ ୩ଟି ବିଦ୍ୟାଳୟକୁ 5_Tରେ ସାମିଲ କରାଯାଇଥିବାରୁ ବିଦ୍ୟାଳୟ ଉନ୍ନୟନ କାର୍ଯ୍ୟ ଦୃତ ଗତିରେ ଚାଲୁରହିଛି । ଶୁକ୍ରବାର ସଂଧ୍ୟାରେ ବିଧାୟକ ଉକ୍ତ ବିଦ୍ୟାଳୟ ଗୁଡିକ ପରିଦର୍ଶନ କରି ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଖୁବଶୀଘ୍ର କାର୍ଯ୍ୟ ଶେଷ କରିବାକୁ ସେ ପରାମର୍ଶ ଦେଇଥିଲେ । ବିଧାୟକଙ୍କ ସହିତ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଉପାଧ୍ୟକ୍ଷ ରାଜକିଶୋର ସାହୁ, ସାଂସଦଙ୍କ ପ୍ରତିନିଧି ଶେଷଦେବ ସ୍ବାଇଁ, ଜିଲ୍ଲା ପରିଷଦ ସଭ୍ୟ ନରେଶ ବେହେରା, ବିଡ଼ିଓ ସିରିୟାଲ ଶୁଭ୍ର ପଟେଲ, ପୂର୍ବତନ ଅଧ୍ୟକ୍ଷ ସଦାଶିବ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS