ଗ୍ରାମରେ ଖୁଲମଖୁଲା ବୁଲୁଛି କୋଟରା ଶିକାରୀ, ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା
ଗଣିଆ ୧୨/୦୫(ମଣିଭଦ୍ରା ଖବର) ଗଣିଆ ବ୍ଲକ ଛାମୁଣ୍ଡିଆ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ବଡମୂଳ ଚେକ୍ ଗେଟ୍ ନିକଟରେ ଗତ ୪ ତାରିଖରେ ଗୋଟିଏ କୋଟରା ଶିକାର କରି ଫେରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଛାମୁଣ୍ଡିଆ ବନବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା । ବନବିଭାଗ କର୍ମଚାରୀଙ୍କୁ ଦେଖି ବଡମୂଳ ଗ୍ରାମର ଲକ୍ଷ୍ମୀଧର ସାମଲ କୋଟରାଟିକୁ ସେଠାରେ ଛାଡ଼ି ଫେରାର ହୋଇଯାଇଥିଲା । ବନବିଭାଗ କର୍ମଚାରୀ ମାନେ କୋଟରାଟିକୁ ସେଠାରୁ ଉଦ୍ଧାର କରି ଗଣିଆ ପ୍ରାଣୀ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । କୋଟରା ଶିକାର କରିଥିବା ଲକ୍ଷ୍ମୀଧରଙ୍କ ନାମରେ ମାମଲା ରୁଜୁ କରି ଚୁପ୍ ବସିଛି ବନବିଭାଗ । ଏଣେ ଅଭିଯୁକ୍ତ ଜଣକ ନିଜ ଗ୍ରାମରେ ଖୁଲମଖୁଲା ବୁଲୁଥିବା ବେଳେ ବନବିଭାଗ ପାଲଟିଛି ନିରବଦ୍ରଷ୍ଟା । କାହା ଚାପରେ ଅଭିଯୁକ୍ତକୁ ଧରିବାକୁ ବିଭାଗୀୟ ଅଧିକାରୀ ସାହସ କରୁନାହାନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ଏ ସମ୍ପର୍କରେ ପଚାରିବାକୁ ଛାମୁଣ୍ଡିଆ ରେଞ୍ଜର ଏବଂ କୋଟରା ଧରିଥିବା ଫରେଷ୍ଟରଙ୍କୁ ଫୋନ କରିଥିଲେ ମଧ୍ୟ ସେ ଫୋନ୍ ଧରି ନଥିଲେ । ତେବେ ଗ୍ରାମବାସୀଙ୍କ ତରଫରୁ ଏ ନେଇ ନୟାଗଡ ଡିଏଫଓଙ୍କୁ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ନକଲେ ସେମାନେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।
By Debi prasad Dash
Post a Comment