BREAKING
Loading...
:

ସମସ୍ତ ଭତ୍ତାଧାରୀଙ୍କୁ ମିଳିବ ଅତିରିକ୍ତ ସହାୟତା

 


ଗ୍ରୀଷ୍ମକାଳୀନ ସହାୟତା ଘୋଷଣା କଲେ ରାଜ୍ୟ ସରକାର



ଭୂବନେଶ୍ବର( ମଣିଭଦ୍ରା ଖବର) ବାର୍ଦ୍ଧକ୍ୟ ଭତ୍ତା, ବିଧବା, ଭିନ୍ନକ୍ଷମ ତଥା ଅନ୍ୟାନ୍ୟ ବର୍ଗର ଭତ୍ତା ପାଉଥିବା ଲୋକଙ୍କୁ ରାଜ୍ୟ ସରକାର ଗ୍ରୀଷ୍ମକାଳୀନ ସହାୟତା ପ୍ରଦାନ କରିବେ । ସେଥିପାଇଁ ସମସ୍ତ ହିତାଧିକାରୀଙ୍କୁ ୧୦୦ ଟଙ୍କା ଲେଖାଏଁ ଅତିରିକ୍ତ ସହାୟତା ପ୍ରଦାନ କରାଯିବ । ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ଭତ୍ତା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ ।

ସେହିପରି ମଧୁବାବୁ ପେନସନ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଗ୍ରୀଷ୍ମ କାଳୀନ ସହାୟତା ବାବଦରେ ଅତିରିକ୍ତ ୧୦୦ ଟଙ୍କା ପଠାଯିବ । ଚଳିତ ମାସ ୧୫ ତାରିଖ ଦିନ ଭତ୍ତାଧାରୀଙ୍କୁ ସେମାନଙ୍କର ଭତ୍ତା ସହିତ ଏହି ଅର୍ଥରାଶି ପ୍ରଦାନ କରାଯିବ । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କମିଶନର ।


By Debi prasad Dash

Post a Comment

Previous Post Next Post
Header ADS