ବ୍ଳକ ସ୍ତରୀୟ ସ୍ବାସ୍ଥ୍ୟ ମେଳା ଉପଲକ୍ଷେ ପ୍ରସ୍ତୁତି ବୈଠକ
ଗଣିଆ ୧୫/୦୪(ନି.ପ୍ର) ଆଜାଦୀର ଅମୃତ ମହୋତ୍ସବ ଉପଲକ୍ଷେ ତଥା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ବ୍ଲକ ସଭା ଗୃହରେ ସ୍ବାସ୍ଥ୍ୟ ମେଳା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମେଡିକାଲ ଇନଚାର୍ଯ ମଧୁସୂଦନ ଦାସ, ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଉପାଧ୍ୟକ୍ଷ ରାଜକିଶୋର ସାହୁ, ବିଡ଼ିଓ ସିରିୟାଲ ଶୁଭ୍ର ପଟେଲ, ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ ଏବଂ ବ୍ଳକର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆସନ୍ତା ୧୯ ତାରିଖରେ ଏହି ସ୍ବାସ୍ଥ୍ୟ ମେଳା ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ନିଆଗଲା । ଏଥିରେ ବିଭିନ୍ନ ବିଭାଗୀୟ ଡାକ୍ତର ଉପସ୍ଥିତ ରହି ରୋଗୀ ଚିକିତ୍ସା କରିବା ସହିତ ମାଗଣାରେ ଓାୖଷଧ ବଣ୍ଟନ କରାଯିବ ବୋଲି ଇନଚାର୍ଯ ଜଣାଇଥିଲେ । ସମସ୍ତଙ୍କର ସହଯୋଗରେ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସେ ନିବେଦନ କରିଥିଲେ ।
BY DEBI PRASAD DASH
Post a Comment