BREAKING
Loading...
:

ଆରସି ସାମନ୍ତରାୟ ମହାବିଦ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳିତ

 


ନୟାଗଡ: (ମଣିଭଦ୍ରା ଖବର). ଆର ସି ସାମନ୍ତରାୟ ମହାବିଦ୍ୟାଳୟ ରେ ଆଜି ପବିତ୍ର ଉତ୍କଳ ଦିବସ ଖୁବ ଧୁମ ଧାମ ରେ  ପାଳିତ ହୋଇଯାଇଛି। ଉକ୍ତ ସଭାରେ ପ୍ରଥମେ ମହାବିଦ୍ୟାଳୟ ର ଛାତ୍ର   ଛାତ୍ରୀ ମାନେ "ବନ୍ଦେ ଉତ୍କଳ ଜନନୀ "  ଗାନ କରିଥିଲେ। +2 ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷ ର  ଛାତ୍ର ଛାତ୍ରୀ ମାନେ ଉତ୍କଳ ଦିବସ ର ପାଳନ ର ମୁଖ୍ୟ ଲକ୍ଷ୍ୟ ଉଦ୍ଧେଶ୍ୟ ସମ୍ପର୍କରେ ଅଭିଭାଷଣ ରଖିଥିଲେ। +3 ବିଜ୍ଞାନ ଛାତ୍ରୀ ସମୀକ୍ଷା ପଟ୍ଟନାୟକ ଉତ୍କଳ ଦିବସ  ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଅଭିଭାଷଣ ରଖିଥିଲେ। ଉକ୍ତ ସଭାରେ କଲେଜର ଅଧ୍ୟକ୍ଷ ଡ଼ଃ ମଳୟ କୁମାର ପଣ୍ଡା ଏବଂ ମୁଖ୍ୟ ଅତିଥି ଭାବରେ କିଶୋର ପ୍ରସାଦ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଗୀତରାଣୀ ବେହେରା, ସମ୍ମାନୀତ ଅତିଥି ସମିତି ସଭ୍ୟା ରଶ୍ମିତା ବେହେରା, ଯୁବ ସମାଜ ସେବୀ ବିଜୟ କୁମାର ବେହେରା ଓ ମହାବିଦ୍ୟାଳୟ କଲେଜ ର ଜିଓଲୋଜି ବିଭାଗର ମୁଖ୍ୟ ଉମାକାନ୍ତ ବେହେରା, କେମେଷ୍ଟ୍ରି ବିଭାଗର ମୁଖ୍ୟ ସୋମନାଥ ମନ୍ତ୍ରୀ ,ବୈକୁଣ୍ଠ ନାଥ ସାହୁ ପ୍ରମୁଖ ଯୋଗଦେଇ ଥିଲେ। ଉକ୍ତ ସଭାକୁ ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ର ଜିତେନ ପାଣିଗ୍ରାହୀ ପରିଚାଳିତ କରୁଥିଲେ। ଏହି ଉତ୍କଳ ଦିବସ ର ମହାପର୍ବ ରେ ମୁଖ୍ୟ ବକ୍ତା ଗିରିଶ ଚନ୍ଦ୍ର ମିଶ୍ର ଙ୍କର ଉଚ୍ଚ କୋଟିର ଭାଷଣ ରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମଧ୍ୟ ମନ୍ତ୍ର ମୁଗ୍ଧ ହୋଇଥିଲେ। ଶେଷରେ ମହାବିଦ୍ୟାଳୟ ର ଜି ଓଲୋଜି ବିଭାଗର ମୁଖ୍ୟ ଉମାକାନ୍ତ ବେହେରା ଛାତ୍ର ଛାତ୍ରୀ  ମାନଙ୍କୁ ଉତ୍କଳ ଦିବସ ର ପାଳନର ତାପର୍ଯ୍ୟ  ସମ୍ପର୍କରେ ଅଭିଭାଷଣ ପ୍ରଦାନ କରି ଥିଲେ ଓ ଶେଷରେ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାନ  କରିଥିଲେ।ଉକ୍ତ ସଭାରେ hello ପରିବର୍ତ୍ତେ ଜୟ ଜଗନ୍ନାଥ ଓ ମୋବାଇଲରେ ଓଡ଼ିଆ ରେ ଲେଖିବା ପାଇଁ ଓଡ଼ିଆ ର ବ୍ୟବହାର ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଶ୍ରୀ ଗିରିଶ ଚନ୍ଦ୍ର ମିଶ୍ର ଓ ସ୍ବେଛାସେବୀ ବିଜୟ କୁମାର ବେହେରା ଆହ୍ୱାନ କରିଥିଲେ ।


By Debi prasad Dash

Post a Comment

Previous Post Next Post
Header ADS