ନୟାଗଡ଼ (ମଣିଭଦ୍ରା ଖବର) ନୟାଗଡ ବନଖଣ୍ଡ ଅଧିନସ୍ଥ ମହିପୁର ବନାଞ୍ଚଳ ମହିତମା ସେକ୍ସନ ର ବନ କର୍ମଚାରୀଙ୍କ ଦ୍ୱାରା ଜଙ୍ଗଲୀ ମାଂସ ଜବତ ହୋଇଥିବା ବେଳେ ଘଟଣାରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଛି . ତେବେ ଜବତ ହୋଇଥିବା ମାଂସ , କେଉଁ ପଶୁର ମାଂସ ଜଣା ନଥିବା ବେଳେ ମାଂସ ନେଇ ଯାଉଥିବା ତିନି ଜଣ ଲୋକଙ୍କୁ କୋରଡ଼ା ପଞ୍ଚୁ ପାଣ୍ଡଵ ପାହାଡ଼ର ପାଦଦେଶରେ ଥିବା ହନୁମାନ ଜୀଉ ମନ୍ଦିର ନିକଟରୁ ଗିରଫ କରିଛନ୍ତି ବନ ବିଭାଗ ଅଧିକାରୀ . ଗିରଫ ବ୍ୟକ୍ତିଙ୍କ ଠାରୁ ଜଙ୍ଗଲୀ ମାଂସ ଏବଂ ଗୋଟିଏ ବାଇକ ଜବତ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ କେଶ ନଂ OR 01 / 22 ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି | ଘଟଣାରେ ଗିରଫ ବ୍ୟକ୍ତିମାନେ ହେଲେ ଦଶପଲ୍ଲା ଥାନା ଅନ୍ତର୍ଗତ ପୋଇବାଡି ଗ୍ରାମର ସନ୍ତୋଷ ପ୍ରଧାନ, ବେଲାଲ ବେହେରା ଓ ନୂଆଗାଁ ଥାନା ରଗଡିମଡାର ବିଜୟ ମଲିକ | ଘଟଣାରୁ ଜଣାଯାଇଛି ଯେ , ଦଶପଲ୍ଲା ଅଧିନସ୍ଥ ପୋଇବାଡ଼ି ଜଙ୍ଗଲ ରାସ୍ତାରେ କିଛି ମାଂସ ନେଇ ଆସୁଥିବା ବେଳେ କୋରଡ଼ା ଗ୍ରାମର ପଞ୍ଚପାଣ୍ଡଵ ଜଙ୍ଗଲ ନିକଟସ୍ଥ ହନୁମାନ ମନ୍ଦିର ନିକଟରୁ ବାଇକ ସହ ମାଂସ ଜବତ କରିଥିଲେ ମହିତମା ଫରେଷ୍ଟର ରାକେଶ କୁମାର ସାହୁ ଓ ବନରଖି ବିନାୟକ ଜେନା । ଜବତ ହୋଇଥିବା ମାଂସ କେଉଁ ଜଙ୍ଗଲି ପଶୁ ର ବୋଲି ସଠିକ୍ ଭାବେ ଜଣା ପଡି ନଥିବା ବେଳେ ଏହାକୁ ପରୀକ୍ଷା ପାଇଁ ପଠଯାଇଥିବା ସୂଚନା ମିଳିଛି |
BY DEBI PRASAD DASH
Post a Comment