BREAKING
Loading...
:

ଗଣିଆ ରେ ଜିଲ୍ଲା ସ୍ତରୀୟ କଳା ଓ ସଂସ୍କୃତି କାର୍ଯ୍ୟକ୍ରମ

 




ଗଣିଆ ରେ ଜିଲ୍ଲା ସ୍ତରୀୟ କଳା ଓ ସଂସ୍କୃତି କାର୍ଯ୍ୟକ୍ରମ*

ଗଣିଆ: (ମଣିଭଦ୍ରା ଖବର) ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲା ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଗଣିଆ ବ୍ଲକ ର ଡ଼ଃ. ଆର୍.ସି. ସାମନ୍ତ ରାୟ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ନୂଆଗାଁ,ଦଶପଲ୍ଲା,ଗଣିଆ,ଖଣ୍ଡପଡ଼ା ଓ ଭାପୁର ଆଦି ବ୍ଲକ ରୁ ବିଭିନ୍ନ ସାଂସ୍କୃତିକ କଳା ପ୍ରତିଯୋଗୀ ମାନେ ୧୦୦ ରୁ ଉର୍ଦ୍ଧ୍ବ ସଂଖ୍ୟାରେ ଅଂଶଗ୍ରହଣ କରି ଓଡ଼ିଶୀ ନୃତ୍ୟ, ଦେଶାତ୍ମକ ଓ ଭଜନ ନୃତ୍ୟ,  ଦେଶାତ୍ମକ ସଙ୍ଗୀତ, ଏକକ ଅଭିନୟ ଓ ଝୋଟି କଳା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅତିଥ ଭାବେ ଜିଲ୍ଲା ର ଯୁବ ଅଧିକାରୀ ମହୋଦୟ, ମୁଖ୍ୟ ଅତିଥି ଭାବେ ଗଣିଆ ବନଖଣ୍ଡ ର ବନଖଣ୍ଡ ଅଧିକାରୀ ସୋନାଲି ସିଆ ମହୋଦୟା,ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ମିଶ୍ର ମହୋଦୟ ଓ ଗଣିଆବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ମିଶ୍ର ମହୋଦୟ ଆଦି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣକାରୀ ମାନଙ୍କ ଦ୍ଵାରା ସମାଜକୁ ପ୍ରାଚୀନ କଳା ଓ ସାଂସ୍କୃତିକ କଳା ର ଉତ୍ଥାନ ନିମନ୍ତେ ବିଭିନ୍ନ ବାର୍ତ୍ତା ପ୍ରେରଣ କରାଯାଇଥିଲା। ସାମାଜିକ କଳାର ଉତ୍ଥାନ ନିମନ୍ତେ ନେହେରୁ ଯୁବକେନ୍ଦ୍ର ତରଫରୁ ଏହା ଏକ ଭିନ୍ନ ପ୍ରୟାସ ଥିଲା। ପରିଶେଷରେ ଅଂଶଗ୍ରହଣକାରୀ ଙ୍କ ମଧ୍ୟରୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ସିଲ୍ କପ୍ ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ପୂର୍ବତନ NYV ଶ୍ରୀମାନ ଶୁଭାଶିଷ ମିଶ୍ର ଓ ଶ୍ରୀମାନ ପ୍ରିୟବ୍ରତ ମିଶ୍ର ସମ୍ପର୍କ କ୍ଲବ୍ ର ସହାୟତାରେ ସୁଚାରୁରୂପେ ସମ୍ପାଦନ କରିଥିଲେ। ପରିଶେଷରେ ସମସ୍ତ କଳା ପ୍ରଦର୍ଶନକାରୀଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କୁ ସମାପ୍ତ କର ଯାଇଥିଲା।




By Debi prasad Dash



Post a Comment

Previous Post Next Post
Header ADS